ମାଉସୀ ବାହାଘରକୁ ଯାଇ ପୋଖରୀରେବୁଡି ପରିର ମୃତ୍ୟୁ ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତରେ ମାଉସୀ ବାହାଘରକୁ ଯାଇ ପୋଖରୀରେ ବୁଡି ପରିର ମୃତ୍ୟୁ। ମାଉସୀ ବାହାଘରକୁ ଆସି ମାମୁଁ ଘରେ ପୋଖରୀରେ ବୁଡ଼ି ନାବାଳିକା ଭାନିଜି ର ମୃତ୍ୟୁ ହୋଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ ଯାମୁଦଲକ ଗ୍ରାମରେ ଘଟିଛି ଏହି ଅଘଟଣ। ମାଉସୀର ବାହାଘର ପାଇଁ ମାମୁଁ ଘରକୁ ଆସି ଗାଧୋଉଥିବା ବେଳେ ପୋଖରୀରେ ବୁଡ଼ି ଯାଇଛି ଛଅ ବର୍ଷର ନାବାଳିକା ପରି । ମୃତକ ଯୋଡା ଥାନା କାରା ଗ୍ରାମର ସାତାର ମୁଣ୍ଡାଙ୍କ ଝିଅ ପରି ମୁଣ୍ଡା ହୋଇଥିବା ନେଇ ସୂଚନା। ମାଉସୀ ବାହାଘରକୁ ଅଜା ଘରକୁ ଆସିଥିଲା ପରି। ଆଜି ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲା ପରି । ଗାଧୋଉଥିବା ବେଳେ ପୋଖରୀ ରେ ବୁଡ଼ି ଯାଇଥିଲା। ତାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚମ୍ପୁଆ ଡାକ୍ତର ଖାନାକୁ ନେଇଥିଲେ । ସେଠାରେ ଡାକ୍ତର ପୁରିକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚମ୍ପୁଆ ପୋଲିସ ଡ଼ାକ୍ତର ଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



