
ଖଣି ବିଭାଗର ଚଢାଉ ପାଖାପାଖି ପାଞ୍ଚକୋଟିରୁ ଉର୍ଦ୍ଧ୍ବ ଟଙ୍କାର ଖଣିଜ ପଦାର୍ଥ ଜବତ୍।
କେନ୍ଦୁଝର ଜିଲ୍ଲାରେ ଖଣି ବିଭାଗର ଚଢାଉ କୋଟି କୋଟି ଟଙ୍କାର ଚୋରା ଖଣିଜ ପଦାର୍ଥ ଜବତ୍। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳରେ ଖଣି ବିଭାଗର ଚଢାଉ । ୫କୋଟିରୁ ଉର୍ଧ୍ଵ ଟଙ୍କାର ଚୋରା ଲୁହାପଥର ଜବତ । ଯୋଡ଼ା ଖଣି ଵିଭାଗର ୭ଜଣିଆ ପ୍ରତିନିଧି ଦଳ ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ ରେଳ ସାଇଡିଙ୍ଗ୍ ନିକଟରେ ଚଢ଼ାଉ କରି ଗଚ୍ଛିତଥିବା ୫କୋଟିରୁ ଉର୍ଧ୍ଵ ଟଙ୍କାର ଚୋରା ଲୁହାପଥର ଜବତ କରିଛି ଖଣି ଵିଭାଗ । କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଖଣି ବିଭାଗର ୭ଜଣିଆ ଟିମ୍ । ଏତେ ପରିମାଣର ଚୋରା ଲୁହା ପଥର ଗଚ୍ଛିତ ଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଖଣି ବିଭାଗ ଅଧିକାରୀ । ସୂଚନା ଅନୁଯାୟୀ, ଏହି ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା ଖଣି ବିଭାଗ । ଚୋରା ଲୁହା ପଥର ଜବତ କରିବା ପରେ, ଏହି କାରବାରରେ କିଏ ସମ୍ପୃକ୍ତ , ସେନେଇ ତଦନ୍ତ ଜାରି ରଖିଛି ଖଣିବିଭାଗ । ଅନ୍ୟପଟେ, ଚେରା ଖଣିଜ କାରବାର ରୋକିବା ଦିଗରେ ଖଣି ବିଭାଗ, ବନ ବିଭାଗ ଏବଂ ପୋଲିସ, ମିଳିତ ଭାବେ ଚଢ଼ାଉ ଜୋରଦାର୍ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହୁଏ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।





