ଅନୁଗୋଳ: ବଅଁରପାଳ ବ୍ଲକର ବନ୍ଦା ଗ୍ରାମ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବନ୍ଦା ପୂର୍ତ୍ତ ରାସ୍ତା (ଉଚ୍ଚ ପ୍ରାଥମିକ ବିଦ୍ୟାଳୟ) ଠାରୁ ନୁଆହତା–ମହୀଧରପୁର ରାସ୍ତା (ନରେନ୍ଦ୍ରପୁର ଛକ) ପର୍ଯ୍ୟନ୍ତ ଭାୟା ଚଉରିଡିହ ଶିବ ମନ୍ଦିର ଓ ପାଲ୍ ଫାର୍ମ ହାଉସ୍ ସମ୍ମୁଖ ରାସ୍ତାର ଶିଳାନ୍ୟାସ କରିଛନ୍ତି ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଏହି ବହୁ ପ୍ରତୀକ୍ଷିତ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବାବେଳେ, ସ୍ଥାନୀୟ ଅଞ୍ଚଳର ଯାତାୟାତ ବ୍ୟବସ୍ଥାର ଉନ୍ନତି ସହ ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବ ବୋଲି ମତ ପ୍ରକାଶ ପାଇଥିଲା। ଏହି ରାସ୍ତା ନିର୍ମାଣ ହେଲେ ବନ୍ଦା, ଚଉରିଡିହ, ନରେନ୍ଦ୍ରପୁର ସମେତ ଆଖପାଖ ଅଞ୍ଚଳର ଲୋକମାନେ ସୁବିଧାଜନକ ଯାତାୟାତ ସୁଯୋଗ ପାଇବେ ଏବଂ ଅଞ୍ଚଳର ସାମଗ୍ରିକ ବିକାଶରେ ଏହା ସହାୟକ ହେବ।
ଶିଳାନ୍ୟାସ ଉତ୍ସବରେ ୨୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ଗୋପାଳ ନାଏକ, ୨୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମୀରା ଗଡନାୟକ, ବିଜେପି ବଅଁରପାଳ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶ୍ରୀ ସୁବ୍ରତ ସାହୁ, ବିଜେପି ନେତା ଶ୍ରୀ ନିରଞ୍ଜନ ସାହୁ, ଶ୍ରୀ ମଧୁସୂଦନ ପ୍ରଧାନ, ଶ୍ରୀ ବୁଦ୍ଧିମନ୍ତ ବୈଦ୍ୟ, ଶ୍ରୀ ଅଜୟ ରାଉଳ, ଶ୍ରୀ ବିପିନ ଦେହୁରୀ, ଶ୍ରୀ କୁମର ନାଏକଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ।



