ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ସ୍ମୃତି ପକ୍ଷ ପାଳନ ଅବସରରେ ଶ୍ରଦ୍ଧାଞ୍ଜଳି
ତାଳଚେର :ତା 28/06/2026: ଜନସଙ୍ଘ ର ପ୍ରତିଷ୍ଠାତା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କର ସ୍ମୃତି ପକ୍ଷ ସାରା ଦେଶରେ ପାଳିତ ହେଉଛି |ଡ଼ଃ ମୁଖାର୍ଜୀ ଙ୍କର ବଳିଦାନ ଦିବସ ଜୁନ 23 ରୁ ତାଙ୍କର ଜନ୍ମଦିନ ଜୁଲାଇ 6 ପର୍ଯ୍ୟନ୍ତ ସ୍ମୃତି ପକ୍ଷ ପାଳନ କରାଯାଇଛି |ଆଜି ରବିବାର ତାଳଚେର ପୌରାଞ୍ଚଳ ର ୱାର୍ଡ ନମ୍ବର ଏକ ବୁଥ ନମ୍ବର 177 ରେ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କର ଫୋଟ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି |ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ଡ଼ଃ ମୁଖାର୍ଜୀ ଙ୍କର ଜୀବନ ଦର୍ଶନ ଏବଂ ରାଷ୍ଟ୍ର ପାଇଁ ତାଙ୍କର ସମର୍ପଣ ବିଷୟରେ ବିସ୍ତାର ଭାବେ ଉପସ୍ଥାପନ କରିଥିଲେ |ବୁଥ ପ୍ରମୁଖ ସୁକାନ୍ତ ରାୟ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ କାଉନ ସିଲର ଆସିଫ ଖାନ, ବରିଷ୍ଠ ନେତା ନିରୋଜ ଦାସ, ଅଖିଳ ସାମଲ, ସୁଜିତ କୁଅଁର, ପ୍ରିତିଶ କୁଅଁର, ଯତୀନ୍ଦ୍ର ନାରାୟଣ ବୀର, ଦୁର୍ଗା ପ୍ରସାଦ ସାମନ୍ତ, ସିଦ୍ଧେଶ୍ୱର ମହାପାତ୍ର ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |



