ଦିବ୍ୟ ଜୀବନ ହାଇସ୍କୁଲରେ ପ୍ରଧାନଶିକ୍ଷକ ଓ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡଶର ଗ୍ରାମସ୍ଥିତ ଦିବ୍ୟ ଜୀବନ ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ଜନକ ସାହୁଙ୍କ ଅବସର ଉପଲକ୍ଷେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଭାବଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଅବସରପ୍ରାପ୍ତ ଉଭୟ କର୍ମକର୍ତ୍ତାଙ୍କ ଦୀର୍ଘ ବର୍ଷର ନିଷ୍ଠାପୂର୍ଣ୍ଣ ସେବା, କର୍ତ୍ତବ୍ୟନିଷ୍ଠା ଏବଂ ବିଦ୍ୟାଳୟର ବିକାଶରେ ସେମାନଙ୍କ ଅବଦାନକୁ ସ୍ମରଣ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ସେମାନଙ୍କର ସେବା, ଶୃଙ୍ଖଳା ଓ ଆଦର୍ଶ ଭବିଷ୍ୟତ ପିଢ଼ି ପାଇଁ ସଦା ପ୍ରେରଣାଦାୟକ ହୋଇ ରହିବ। ଶେଷରେ ଉଭୟଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇ ସେମାନଙ୍କ ସୁସ୍ଥ, ସୁଖମୟ ଏବଂ ଦୀର୍ଘାୟୁ ଜୀବନ କାମନା କରାଯାଇଥିଲା।



