ସାଇବର ଠକ ନଗ୍ନଫଟୋ ଦେଖାଇ ଲୁଟିନେଲେ ଲକ୍ଷେରୁ ଉର୍ଦ୍ଧ୍ୱ ଟଙ୍କା
ତାଳଚେର, ୦୭/୦୭ ତାଳଚେର ପୌରପରିଷଦ ୱାର୍ଡ଼ ନଂ-୧ ବଡ଼ଦାଣ୍ଡ ସାହିର ତ୍ରିନାଥ ବାରିକ (୪୮) ପିତା ପଂଚୁ ବାରିକଙ୍କ ମୋବାଇଲକୁ ମେସେଜ ଆସିଲାକି ୧୮ହଜାର ଟଙ୍କା ଲୋନ କରିବାକୁ ଏବଂ ଉକ୍ତ ଟଙ୍କାକୁ ୪୫ଦିନ ଭିତରେ ପରିଷଧ କରିବାକୁ କୁହାଗଲା । ତେଣୁ ସେ ଉକ୍ତ ମେସେଜ ଜରିଆରେ ତାଙ୍କର ଅଧାରକାର୍ଡ଼ ଫଟୋ ପରିଚୟପତ୍ର ସହ ସମସ୍ତ ଆବଶ୍ୟକ କାଗଜପତ୍ର ଦେଇ ୧୮ହଜାର ଟଙ୍କା ଆଣିଥିଲେ, ହେଲେ ଉକ୍ତ ଟଙ୍କା ଆଣିବାର ୪ଦିନ ପରେ ତାଙ୍କ ମୋବାଇଲକୁ ମେସେଜ କରି ପ୍ରଥମେ ୨୯ହଜାର ୮ଶହ ଟଙ୍କା ମଗାଗଲା ଏବଂ ତାଙ୍କର ଗୋଟେ ଉଲଗ୍ନ ଫଟୋ ତାଙ୍କ ପାଖକୁ ପ୍ରେରିତ କରାଗଲା । ସେ ଭୟରେ ୨୯ହଜାର ୮ଶହ ଟଙ୍କା ପରିଷଧ କରିବା ପରେ ପୁନଶ୍ଚ ତାଙ୍କୁ ଦ୍ୱିତିୟ କିସ୍ତିରେ ୫୬ହଜାର ୮ଶହ ଟଙ୍କା ତା ଗତ ୦୬/୦୬/୨୦୨୬ରିଖରେ ୪ହଜାର ୮ଶହଟଙ୍କା ପରେ ୭୨ହଜାର ୮ଶହଟଙ୍କା ଦେବାପରେ ମଧ୍ୟ ସେ ବାରମ୍ବାର ଟଙ୍କା ମାଗିବାରୁ ଅଣନିଶ୍ୱାସୀ ହୋଇ ଜାଣିପାରିଲେ କି ଏମାନେ ସାଇବର ଠକ । ତେଣୁ ସେ ବାଧ୍ୟହୋଇ ଅନୁଗୋଳ ସାଇବର ଥାନାରେ ଘଟଣା ସଂକ୍ରାନ୍ତରେ ଏକ ଲିଖିତ ଅଭିଯୋଗ କରିଥିବା ସେ ପ୍ରକାଶ କରିଛନ୍ତି । ତେଣୁ ସାଇବର ଠକଙ୍କ ପ୍ରତି ସତକର୍ତା ଅବଲମ୍ବନ କରିବା ସହ ମୋବାଇଲକୁ ଆସୁଥିବା ମେସେଜ ଯାଂଚକରି ଓ ବୁଝିବିଚାରି ଯଦି କାର୍ଯ୍ୟକରାଯାଏ ତେବେ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା ।



