ଭୁବନେଶ୍ବର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ୍ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ହାରାହାରି ୨ ଲକ୍ଷ ୬୨ ହଜାର ୭୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୦ ହଜାର ୪୪ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ଆସନ୍ତା କାଲି ଦିନ ୧୧ ଟା ସମୟ ରେ ହୀରାକୁଦ ଡ୍ୟାମ ରୁ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ।
ବନ୍ୟାଜଳ ଛଡାଯିବା ପୂର୍ବରୁ ତଳିଆ ଅଞ୍ଚଳକୁ ସତର୍କ କରାଯାଇଛି।
ରାଜ୍ୟରେ ଶୁଖିଲା ରହିଛି ପାଗ। ବର୍ଷା କମିଯାଇଥିବା ବେଳେ କିଛି କିଛି ସ୍ଥାନରେ ଜମି ରହିଛି ବର୍ଷା ପାଣି। ଆଜି ଝଡ ବର୍ଷା ନେଇ ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।



