
ବଅଁରପାଳ ଶିଶୁ ବିଦ୍ୟା ମନ୍ଦିର ରେ ବନ ମହୋତ୍ସବ ପାଳିତ।
08/07) ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ଟାଟା ଷ୍ଟିଲ, ମେରାମଣ୍ଡଳି ର ମିଳିତ ପ୍ରୟାସରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ବନ 40 ରୁ ଉର୍ଦ୍ଧ୍ୱ ବୃକ୍ଷ ଲଗାଯାଇଛି। ଏହି କାର୍ଯ୍ୟକ୍ରମ ରେ ପରିଚାଳନା ସମିତି ସଭାପତି ସତ୍ୟବାନ ବରାହ, ପରିଚାଳନ ସମିତିର ସମ୍ପାଦକ ଅଖିଳ କୁମାର ମହାପାତ୍ର,ଓ ଟାଟା ଷ୍ଟିଲର ଅଧିକାରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକୁ ଆଗେଇ ନେଇଥିଲେ। ଶିଶୁ ଭାଇ,ଭଉଣୀଙ୍କୁ ଅତିଥି ଅଧିକାରୀ ବୃକ୍ଷ ରୋପଣର ମହତ୍ୱ ବିଷୟ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ସାହୁ ଙ୍କ ତତ୍ଵାବଧାନରେ ପରିଚାଳିତ ହୋଇଯାଇଅଛି।ସମସ୍ତ ଗୁରୁଜୀ, ଗୁରୁମାମାନେ ବୃକ୍ଷ ରୋପଣ କରିବା ସହିତ କାର୍ଯ୍ୟକ୍ରମ ସଫଳ କରିଥିଲେ।



