ଡି.ଏ.ଭି .ପବ୍ଲିକ୍ ସ୍କୁଲ, ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରରେ ପାଳିତ ହେଲା ୩୧ତମ ପ୍ରତିଷ୍ଠା ଦିବସ

ତା ୧୦.୦୭.୨୬ରିଖରେ ଡି.ଏ.ଭି.ପବ୍ଲିକ୍ ସ୍କୁଲ, ଏମ.ସି.ଏଲ.,କଳିଙ୍ଗ କ୍ଷେତ୍ରର ୩୧ତମ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି।

ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ବୈଦିକ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ଏହି ୩୧ତମ ଉତ୍ସବର ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼ଃ ଅଦୈତ୍ୟ ଚରଣ ଗଡନାୟକ ଯୋଗଦାନ କରି ଉତ୍ସବକୁ ସାଫଲ୍ଯ ମଣ୍ଡିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ରୂପେ ପ୍ରତିଭା ମହିଳା ମଣ୍ଡଳର ସଭାପତି ଶ୍ରୀମତୀ ଅସ୍ମିତା ଯୋଶୀ ଯୋଗଦାନ କରି ଗୌରବ ମଣ୍ଡିତ କରାଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ୨୦୨୫ ମସିହାରେ ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୁଶ୍ରୀ ଏସ୍ ମନୀଷା ବିଶିଷ୍ଟ ଅତିଥି ରୂପେ ଯୋଗଦାନ ଦେଇଥିଲେ ।

ତାଙ୍କୁ ବିଦ୍ୟାଳୟ ତରଫରୁ ତାଙ୍କର କୃତିତ୍ୱ ପାଇଁ ସମ୍ମାନିତ କରାଯାଇଥିଲା । ସେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି ଅଧ୍ୟୟନ ପ୍ରତି ସେମାନଙ୍କର ଏକାଗ୍ରତା ,ଆଗ୍ରହ ଏବଂ ଦୃଢ଼ନିଷ୍ଠା ସଫଳତାର ମାର୍ଗଦର୍ଶକ ହେବ ବୋଲି ଉପଦେଶ ଦେଇଥିଲେ ।

ବିଦ୍ୟାଳୟର ଦଶମ ଏବଂ ଦ୍ଵାଦଶ CBSEରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ୨୦୨୫–୨୦୨୬ ଶିକ୍ଷାବର୍ଷର ଦଶମ ଶ୍ରେଣୀର ୬୦ ଜଣ ଏବଂ ଦ୍ୱାଦଶ ଶ୍ରେଣୀର ୧୯ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ମହୋଦୟ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ଏବଂ ଶୈକ୍ଷିକ ଉନ୍ନତିରେ ସନ୍ତୋଷ ପ୍ରକାଶ କରି ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଶିକ୍ଷା ସହ ବିଭିନ୍ନ କ୍ଷେତ୍ରରେ ଆହୁରି ଅଧିକ ସଫଳତା ଲାଭ କରନ୍ତୁ ବୋଲି କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ମହୋଦୟା ଛାତ୍ରଛାତ୍ରୀଙ୍କ ସଫଳତାରେ ସନ୍ତୋଷ ପ୍ରକାଶ କରି ବିଦ୍ୟାଳୟର ଅଧିକ ଉନ୍ନତି ହେଉ ବୋଲି ଆଶା ପ୍ରକଟ କରିଥିଲେ ।ଏହି ଗୌରବମୟ ଉତ୍ସବରେ ଏମ୍. ସି. ଏଲ.ର ବରିଷ୍ଠ ଅଧିକାରୀଗଣ ଏବଂ ବିଭିନ୍ନ ଶ୍ରମିକ ସଂଗଠନର ନେତୃବର୍ଗ ଯୋଗଦାନ କରିଥିଲେ । JEE ପ୍ରବେଶିକା ପରୀକ୍ଷାରେ ଉଚ୍ଚ ସ୍ଥାନ ଅଧିକାର କରି କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର ଅଧକ୍ଷ ତଥା ଡିଏଭି ଜୋନ-ଡି ର ସହକାରୀ ଆଞ୍ଚଳିକ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପଣ୍ଡା ତାଙ୍କ ଅଭିଭାଷଣରେ ଉଲ୍ଲେଖନୀୟ ସଫଳତା ଲାଭ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କର ଉଚ୍ଚ ପ୍ରଶଂସା କରି ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ ।

ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପାଇଁ ଅଧିକ ଗୌରବ ଆଣିଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହି ଉତ୍ସବରେ ତାଳଚେର ଅଞ୍ଚଳର ବିଭିନ୍ନ ଡି.ଏ.ଭି. ସ୍କୁଲର ଅଧ୍ୟକ୍ଷମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ଚିତ୍ତାକର୍ଷକ ଓ ମନ ମୁଗ୍ଧକର ନୃତ୍ୟ ଏବଂ ସଂଗୀତ ପରିବେଷଣ କରାଯାଇଥିଲା । ଉତ୍ସବର ଶେଷରେ ବିଦ୍ୟାଳୟର ରସାୟନ ବିଜ୍ଞାନର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।



