ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅବସରରେ ସାରା ଭାରତର ଅନେକ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ, ବେଷ୍ଟ କଂସେପ୍ଟ କ୍ରିଏଟର, ସ୍କ୍ରିନପ୍ଲେ, ଅଭିନେତା, ଅଭିନେତ୍ରୀ, କାହାଣୀକାର, ସିନେମାଟୋଗ୍ରାଫର, ମେକଅପ ଆର୍ଟିଷ୍ଟ ଆଦି ଅନେକ କଳାକାର ଏକତ୍ରିତ ହୋଇଥିଲେ l ବିଭିନ୍ନ ବର୍ଗରେ ସର୍ବୋତ୍ତମ ଘୋଷଣା ହୋଇଥିବା କଳାକାର, ଟେକ୍ନିସିଆନ୍ସମାନଙ୍କୁ ସମ୍ମାନିତ କରିବା ସହିତ ୭୦ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l



