ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି-୨୦୨୬ (ଏନଆଇପିୟୁ-୨୦୨୬)କୁ ଅନୁମୋଦନ କରିଛି। ସାର ବିଭାଗର ପ୍ରସ୍ତାବ କ୍ରମେ ଏହି ନୀତିକୁ ମଞ୍ଜୁର କରାଯାଇଛି।
ଏହା ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ। ଏଥିସହିତ, ଏନଆଇପି-୨୦୧୨ ତୁଳନାରେ କେତେକ ପ୍ରମୁଖ ପରିବର୍ତ୍ତନ ଆଣିବ । ସେଗୁଡ଼ିକ ହେଲା – ଅଧିକ ସ୍ୱଚ୍ଛତା ପାଇଁ ସ୍ଥିର ଏବଂ ପରିବର୍ତ୍ତନଶୀଳ ଖର୍ଚ୍ଚକୁ ପୃଥକ କରିବା, ୧୨ ପ୍ରତିଶତ ସ୍ତର ଏବଂ ୧୬ ପ୍ରତିଶତ ସୀମା ସହିତ ଏକ କାର୍ଯ୍ୟକାରୀ ରିଟର୍ଣ୍ଣ ଅନ୍ ଇକ୍ୱିଟି (ଆରଓଇ) ବ୍ୟାଣ୍ଡ ପ୍ରଚଳନ କରିବା ଏବଂ ପ୍ରଚଳିତ ବିନିମୟ ହାରକୁ ଆଧାର କରି ଚାରି ବର୍ଷ ପରେ ସ୍ଥିର ଖର୍ଚ୍ଚକୁ ଟଙ୍କାରେ ରୂପାନ୍ତର କରି ବିଦେଶୀ ମୁଦ୍ରା ବିପଦକୁ ହ୍ରାସ କରିବା। ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ଏନଆଇପି-୨୦୧୨ ତୁଳନାରେ ଏନଆଇପିୟୁ-୨୦୨୬ ଅଧୀନରେ ପ୍ରତିଷ୍ଠିତ ପ୍ରତ୍ୟେକ ପ୍ଲାଣ୍ଟ ପାଇଁ ୨୫୦ କୋଟିରୁ ଅଧିକ ସଞ୍ଚୟ କରିବ ବୋଲି ଆଶା କରାଯାଉଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)


