ବିଶ୍ବରସର୍ବ ବୃହତ୍ ରଥ ଗଡିଲା କେନ୍ଦୁଝରରେ ତାସାଙ୍ଗକୁ ବଡ଼ବିଲ ପୌରାଞ୍ଚଳରେ ଗଡିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ।
ପବିତ୍ର ରଥଯାତ୍ରା ତଥା ଶ୍ରୀଗୁଣ୍ଡିଚା ଅବସରରେ କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉ ମନ୍ଦିରର ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବର ସର୍ବ ବୃହତ୍ ନନ୍ଦିଘୋଷ ରଥକୁ ଅତି ଶୃଙ୍ଖଳାରସହ ଅତି ହର୍ଷ ଉଲ୍ଲାସ ସହକାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଟାଣିଟାଣି ଶ୍ରୀଗୁଣ୍ଡିଚା ମନ୍ଦିରକୁ ନେଇଥିଲେ। ତସାଙ୍ଗକୁ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଗଡିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ। ପବିତ୍ର ଶ୍ରୀ ଗୁଣ୍ଡିଚା ତଥା ରଥଯାତ୍ରା ଅବସରରେ ବଡ଼ବିଲ ପୌରାଞ୍ଚଳରେ ଥିବା ତିନୋଟି ଜଗନ୍ନାଥଙ୍କ ମନ୍ଦିର ଯଥା ହରିହରମନ୍ଦିର, ବଡ଼ବିଲ ନାଲଦା ମେନରୋଡରେ ଥିବା ଜଗନ୍ନାଥଙ୍କ ମନ୍ଦିର ଓ କୁରିବୁରୁ ଛକ ନିକଟସ୍ଥ କଲ୍ୟାଣଭବନ ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ରଥକୁ ଭକ୍ତ ମାନେ ଘଣ୍ଟଘଣ୍ଟା ହରିବୋଲ ହୁଳହୁଳି ସଂକୀର୍ତ୍ତନକରି ଭକ୍ତିଭାବର ସହ ରଥକୁ ଟାଣିଟାଣି ନେଉଥିବାର ମନୋଲୋଭା ଦୃଶ୍ୟ ଦେଖିବାକୁ ମିଳିଥିଲା, ପ୍ରଥମେ ଶ୍ରୀଜୀଉ ମାନେ ଧାଡ଼ି ପହଣ୍ଡିରେଆସି ରଥାରୂଢ଼ ହୋଇଥିଲେ , ଏବଂ ବିଭିନ୍ନ ସ୍ଥାନରେ କୁନି ପିଲାମାନେ ଭକ୍ତି ଭାବରେ ନିଜ କୌଶଳରେ କୁନିରଥ ନିର୍ମାଣ କରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରି ରଥରେ ଟାଣି ଟାଣି ନେଉଥିବାର ମନୋଲଭା ଦୃଶ୍ୟ ଅତ୍ୟନ୍ତ ମନୋଲୋଭା ଥିଲା। କୌଣସି ପ୍ରକାରର ଅପାତକାଳୀନ ପରିସ୍ଥିତିକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-16-scaled.jpg)
