PWD ରାସ୍ତା ନିର୍ମାଣରେ ପନ୍ଦର ପରିବାର ଜଳବନ୍ଦି ଘେରାରେ ହନ୍ତସନ୍ତ

ଗୋଲାମୁଣ୍ଡା/୧୭/୭/୨୬/ ଗତ କିଛି ମାସ ପୂର୍ବରୁ PWD ରାସ୍ତା ନିର୍ମାଣ କରି ଥିବା ବେଳେ ଓ ଚଳିତ ଲଗାଣ ବର୍ଷା ଯୋଗୁ ପନ୍ଦର ପରିବାର ଲୋକେ ଜଳବନ୍ଦୀ ଘେରରେ ହନ୍ତ ସନ୍ତ ହେଉଛନ୍ତି, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଲାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରଗୁଡା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଦଳିତ ସମ୍ପ୍ରଦାୟର ପନ୍ଦର ପରିବାର ଲୋକେ ଜଳବନ୍ଦୀ ଘେରରେ ରହିଛନ୍ତି, ବୋରଗୁଡା ଗ୍ରାମର ପନ୍ଦର ପରିବାର ଲୋକେ ଆଠ ଦିନ ହେଲା ଆଣ୍ଠୁଏ ପାଣିରେ ଯାତାୟାତ କରୁଛନ୍ତି , PWD ବୋରଗୁଡା ଛକ ଠାରୁ ବଡଚେର ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଥିଲେ, ଏହି ସମୟରେ ବିଭଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନୁରୋଧ କରି ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ, ଏହା ଦ୍ୱାରା ରାସ୍ତା ନିର୍ମାଣ ହେବାରୁ ଓ ବର୍ଷା ପାଣି ଜମିବାରୁ ନିଷ୍କାସନ ହୋଇ ପାରୁ ନାହିଁ, ଯାହା ଫଳରେ ଦଳିତ(SC) ସମ୍ପ୍ରଦାୟର ପନ୍ଦର ପରିବାର ଆଣ୍ଠୁଏ ପାଣିରେ ଯିବା ଆସିବାରେ ଅସୁବିଧା ଦେଖା ଦେଇଛି, ଏହି ରାସ୍ତାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ପଡ଼ାବାସୀ ଅହରହ ଯାତାୟାତ କରୁ ଥିବାରୁ ଏବେ ଜଳବନ୍ଦିରେ ଘୋର ଅସୁବିଧା ଦେଖା ଦେଇଛି, କେତେକ ଗରୀବ ପରିବାରଙ୍କ ମାଟି ଘରେ ବର୍ଷା ପାଣି ଭିତରେ ପଶିଥିବା ବେଳେ ଘରର କାନ୍ଥ ସନ୍ତସନ୍ତିଆରେ କାନ୍ଥ ଆଁ କରିଛି, ଏହି ଘଟଣାରେ ବୋର ଗୁଡା ପଞ୍ଚାୟତ ସରପଞ୍ଚ, ପିଇଓ ଙ୍କୁ ଜଣାଇ ଥିଲେ ମଧ୍ୟ କିଛି ବ୍ୟବସ୍ଥା ନ କରିବାରୁ ଆଜି ଶକ୍ତି ଟିଭି ପକ୍ଷରୁ ଜମା ହୋଇ ଥିବା ପାଣିର ଦୃଶ୍ୟ ଦେଖାଇ ଗୋଲାମୁଣ୍ଡା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ୱନାଥ ରାଉତ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପୁଷ୍ପଧଜ୍ଵ ମହାନନ୍ଦ, ରଥ ମହାନନ୍ଦ, ସନ୍ଥ ଛତ୍ରିଆ, ଶାନ୍ତି ସୁନାନୀ, ନନ୍ଦ ସୁନାନୀ, କୃଷ୍ଣ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ଯେ, ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ରୋଗ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ବୋଲି ସ୍ଥାନିୟ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି, ତେଣୁ ପ୍ରସାଶନ ପକ୍ଷରୁ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରନ୍ତୁ ତେବେ ଆଗାମି ଦିନରେ PWD କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି, ଆସନ୍ତୁ ଶୁଣିବା ପଡ଼ାବାସୀଙ୍କ ପ୍ରତିକ୍ରିୟା, ଏହି ପରିପ୍ରେକ୍ଷୀରେ ଜନ ସମ୍ପର୍କ ସାମ୍ୱାଦିକ ସଂଘ ସଭାପତି ରାମ କୁମାର ସେନାପତି ବିଡ଼ିଓ ଶ୍ରୀ ଯୁକ୍ତ ବିଶ୍ୱନାଥ ରାଉତ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଫୋନ ଯୋଗେ ପଚାରିବାରୁ ସେ କହିଲେ ନିଶ୍ଚୟ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି, ହେଲେ ଦେଖିବାକୁ ବାକି ରହିଲା ଜଳବନ୍ଦୀ ଘେରରେ ରହିଥିବା ପରିବାର ଲୋକେ କେବେ ସମସ୍ୟାରୁ ରକ୍ଷା ପାଇବେ ତାହା ଜାଣିବା ପାଇଁ ପଡ଼ା ବାସୀ ଅପେକ୍ଷାରେ ରହିଛନ୍ତି।

କଳାହାଣ୍ଡି ରୁ କାପୁରଚନ ସେଠିଆ ଙ୍କ ରିପୋଟ ଜାଗ୍ରତଭାରତ ନିୟୁଜ



