ରାଜ୍ୟ ବେସରକରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର
ଢେଙ୍କାନାଳ ୨୧/୦୭, ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଏବଂ କର୍ମଚାରୀ ସଂଘ ଢେ଼ଙ୍କାନାଳ ଶାଖା ପକ୍ଷରୁ ସଂଘର ସଭାପତି ବିଶ୍ୱରଞ୍ଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ମାନଙ୍କରେ ( ୪୮୮ ଏବଂ ୬୬୨ ବର୍ଗ ) ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ, ନୂତନ ସରକାରୀ ଅନୁଦାନ ଦାବିରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଗତ ୨୦୨୫ ଜୁଲାଇ ମାସରେ ସଂଘ ତରଫରୁ ହୋଇଥିବା ଆମରଣ ଅନଶନ ମାଧ୍ୟମରେ ସଂଘ ର ଦାବି କୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ମୁଖ୍ଯମନ୍ତ୍ରୀଙ୍କ ପ୍ରତିନିଧି ଦଳ ଭୁବନେଶ୍ୱର ବିଧାୟକ ବାବୁ ସିଂ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସହ ସଂଘର ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ଦାବିପୂରଣ ହେଵ ବୋଲି ଲିଖିତ ପ୍ରତିଶ୍ରୁତି ମିଳିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ସମସ୍ୟାକୁ ସମାଧାନ ନ କରି ଅଧ୍ୟାପକ,ଅଧ୍ୟାପିକା ଏବଂ କର୍ମଚାରୀ ଙ୍କ ଭବିଷ୍ୟତ କୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି । ତେଣୁ ସଂଘ ଆଜି ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଅନୁଦାନ ଘୋଷଣା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ସରକାର ଏହାର ସମାଧାନ ନ କରନ୍ତି ତେବେ ମୌସୁମୀ ଅଧିବେଶନରେ ସଂଘ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଆଜି ର ଏହି କାର୍ଯକ୍ରମରେ ଢେ଼ଙ୍କାନାଳ ଜିଲ୍ଲାର ଜିଲ୍ଲାସଂଯୋଜକ ପ୍ରଦୀପ କୁମାର ମାଝୀ ଙ୍କ ସମେତ ସୁଧାଂଶୁ ଶେଖର ଓଝା, ଆଶିଷ କୁମାର ପଣ୍ଡା, ପ୍ରମୋଦ ଥାଟୋଇ,ସୁନୀଲ କୁମାର ଦାଶ, ମୁରଲୀଧର ରଣା,ପିଣ୍ଟୁ ପାଲ,ସତ୍ୟାନନ୍ଦ ସାହୁ, ରୋଜାଲିନ ଦାସ, ଅନ୍ନପୂର୍ଣ୍ଣା ବେହେରା,ସୁପର୍ଣ୍ଣା ପରିଡ଼ା, ମନସ୍ମିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ ।

July 21, 2026/
No Comments


