ଗୋରୁ ଚରାଇ ଘରକୁ ଫେରିବା ସମୟରେ ବଜ୍ରାଘାତରେ ବ୍ୟକ୍ତିଙ୍କ ମୃତ୍ୟୁ।

ଗୋରୁ ଚାରାଇ ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲାରେ ବ୍ରଜ୍ରାଘାତରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଏଭଳି ଅଘଟଣ ଘଟିଥିବା ନେଇ ସୂଚନା। ଆଜି ସନ୍ଧ୍ୟାରେ ହଠାତ ମେଘ ଉଠାଇ ବର୍ଷା ଆରମ୍ଭ ହୋଇଥିବା ବେଳେ ବିଷ୍ଣୁପୂର ଗ୍ରାମର ମୋହନ ଚରଣ ଗିରି ବଳଦ ଚରାଇ ଘରକୁ ଫେରୁଥିଲେ । ତେବେ ଘରଠାରୁ ଅଳ୍ପ ଦୂରରେ ଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା ଫଳରେ ସେ ବ୍ରଜ୍ରାଘାତର ଶିକାର ହୋଇ ଆହତ ହୋଇଥିଲେ। ତେବେ ଘର ଲୋକ ତାଙ୍କୁ ସଙ୍ଗେସଙ୍ଗେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ , ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଚମ୍ପୁଆ ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା । ମୃତ ମୋହନଙ୍କ ମୃତଶରୀର ବ୍ୟବଛେଦ ପାଇଁ ରଖାଯାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



