ଚନ୍ଦିନୀମାଲ ହାଇ ସ୍କୁଲର ତେତିଶ ତମ ପ୍ରତିଷ୍ଠା ଦିବସ ପାଳିତ, ହୀରାଧର ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଓ ସ୍ମୃତିରେ ତେତିଶଟି ଚାରା ରୋପିତ

କୁଚିଣ୍ଡା,19/7,କୁଚିଣ୍ଡା ବ୍ଲକର ଏକ ଅଗ୍ରଣୀ ଆବାସିକ ବିଦ୍ୟାଳୟ, ଚନ୍ଦିନିମାଳସ୍ଥିତ ହୀରାଧର ଯୁବକ ସଂଘ ଉଚ୍ଚ ବିଦ୍ୟାଳୟର ତେତିଶ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି ।ଏହି ଉପଲକ୍ଷେ ପ୍ରଧାନ ଶିକ୍ଷକ କମଳ ଲୋଚନ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ସ୍କୁଲ ର ଦୁଇ ପ୍ରତିଷ୍ଠାତା ସଭ୍ୟ , ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ଓ ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ବରେଣ୍ୟ ଅତିଥି ଭାବରେ ଯୋଗ ଦେଇ ସ୍କୁଲ ପ୍ରତିଷ୍ଠାର ଇତିହାସ ସମ୍ପର୍କରେ ସ୍ମୁତି ରୋମନ୍ଥନ କରିବାସହ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟି ସଭାପତି ଉସତ୍ ରାମ ପଟେଲ, ପ୍ରତିଷ୍ଠାତା ସଭାପତି ଜଗତ ରାମ ପଟେଲ, ଡାକ୍ତର ଜୟରାମ ପଟେଲ, କୋଲାବିରା କଲେଜ୍ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ରଘୁରାମ ନାୟକ, କୁଚିଣ୍ଡା କଲେଜ୍ ର ଅବସର ପ୍ରାପ୍ତ ଅଧ୍ୟାପକ ଅମୂଲ୍ୟ ନାୟକ, ସୁଗୁଡ଼ା ହାଇ ସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉଦିତ କୁମାର ପଟେଲ ଓ ଦିଲ୍ଲୀପ କୁମାର ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସ୍କୁଲର ଉନ୍ନତି କାମନା କରିବା ସହ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ ।ଏହା ପୂର୍ବରୁ ସ୍କୁଲର ମୁଖ୍ୟ ଦାତା ସ୍ୱର୍ଗତ ବିରୋଧର ପଟେଲଙ୍କ ପୂର୍ଣାୟବୟ ପ୍ରତିମୂର୍ତ୍ତିକୁ ଉନ୍ମୋଚିତ କରିବା ସହ ଅତିଥି ଗଣ ପୁଷ୍ପ ମାଲ୍ୟ ପ୍ରଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଏହା ପରେ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ, ପ୍ରକୃତି ବନ୍ଧୁ ସୁଗଟ କୁମାର ପଟେଲ,ସହକାରୀ ଶିକ୍ଷକ ଦେବା ନନ୍ଦ ଖର୍ସେଲ ପ୍ରମୁଖ ଙ୍କ ନେତୃତ୍ୱରେ ବିଭିନ୍ନ ବନ ଓ ବନ୍ୟା ପ୍ରାଣୀ ସୁରକ୍ଷା ସପକ୍ଷରେ ସ୍ଲୋଗାନ ଦେଇ ବୃକ୍ଷ ରୋପଣ ସ୍ଥଳକୁ ଯାଇ ତେତିଶ ଗୋଟି ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସହକରି ଶିକ୍ଷୟିତ୍ରୀ ଦୀପ୍ତି ମୟୀ ନାୟକ ଙ୍କ ପରିଚାଲନା ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ସୁଗତ ପଟେଲ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଶେଷରେ ସଂସ୍କୃତ ଶିକ୍ଷକ ବିଭୂତି ଭୂଷଣ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



