ଭୁବନେଶ୍ୱର: ରାଜ୍ୟପାଳଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଓଡ଼ିଶାର ବିକାଶ ଉପରେ ଗୁରୁତ୍ୱ
ଭୁବନେଶ୍ୱର: ଲୋକଭବନରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ଏହି ସାକ୍ଷାତକାର ସମୟରେ ରାଜ୍ୟର ବିକାଶମୂଳକ କାର୍ଯ୍ୟକ୍ରମ ଓ ଓଡ଼ିଶାର ସାମଗ୍ରିକ ପ୍ରଗତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ରାଜ୍ୟର ଉନ୍ନତିକୁ ଆହୁରି ଗତିଶୀଳ କରିବା ସହ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଚାଲିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଏହି ଅବସରରେ ମତବିନିମୟ ହୋଇଥିଲା।



