ବିପର୍ଯ୍ୟୟରେ ବିଦ୍ୟୁତ ବ୍ୟବସ୍ଥାକୁ ସୁରକ୍ଷା ପାଇଁ ଅଣ୍ଡରଗ୍ରାଉଣ୍ଡ କେବୁଲ୍ ଯୋଜନା
ଭୁବନେଶ୍ୱର: ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ ଭିତ୍ତିଭୂମିକୁ ଅକ୍ଷୁଣ୍ଣ ରଖିବା ଲାଗି ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି। ବିଦ୍ୟୁତ ତାରକୁ ମାଟିତଳେ ବିଛାଇବା ନେଇ ଏକ ସ୍ୱତନ୍ତ୍ର ମୋଡାଲିଟି ପ୍ରସ୍ତୁତ ହୋଇଛି।
ଏ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି ଯେ, ଅଣ୍ଡରଗ୍ରାଉଣ୍ଡ ବିଦ୍ୟୁତ କେବୁଲ୍ ବ୍ୟବସ୍ଥା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରାଯିବ। ଏଥିପାଇଁ ଶକ୍ତି ବିଭାଗର ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି।
ଏହି ଯୋଜନା କାର୍ଯ୍ୟକାରୀ ହେଲେ ବିପର୍ଯ୍ୟୟ ସମୟରେ ବିଦ୍ୟୁତ ତାର ଛିଣ୍ଡିବା, ଖୁଣ୍ଟି ଭାଙ୍ଗିବା ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ଭଳି ସମସ୍ୟାକୁ ଅନେକାଂଶରେ କମାଇହେବ ବୋଲି ଆଶା କରାଯାଉଛି।



