ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଫାସିଗାଁ-କପିସାହି ଗ୍ରାମର ଦିବ୍ୟଜ୍ୟୋତି ଉଚ୍ଚ ବିଦ୍ୟାଳୟରୁ ସଂସ୍କୃତ ଶିକ୍ଷଙ୍କୁ ଅନ୍ୟ ଡେପୁଟେସନ୍ରେ ପଠାଯାଉଥିବାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଦସ୍ୟବୃନ୍ଦ, ୱାର୍ଡମେମ୍ବର ଓ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ଆଜି ଏହାକୁ ବନ୍ଦ କରାଯିବାକୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । । ନବକିଶୋରପୁର ପଂଚାୟତ ଅନ୍ତ ଅନ୍ତର୍ଗତ ଦିବ୍ୟଜ୍ୟୋତି ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକଙ୍କୁ ଗତ ଜୁଲାଇ ୧୮ – ୨୦୨୬ ତାରିଖ, ପତ୍ର ସଂଖ୍ୟା-୬୪୫୩ ଅନୁଯାୟୀ କାମଧେନୁକୋଟ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ୍ରେ ୩ଦିନ ଯିବାକୁ ପତ୍ର ପ୍ରେରଣ କରାଯାଇଅଛି । ଏହାକୁ ନେଇ ଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦିବ୍ୟଜ୍ୟୋତି ଉଚ୍ଚ ବିଦ୍ୟାଳୟରେ ଜଣେ ମାତ୍ର କଳା ଶିକ୍ଷକ ଯିଏ କି ପ୍ରଧାନଶିକ୍ଷକ ଦାୟିତ୍ବରେ ଅଛନ୍ତି। ଏଣୁ ବିଦ୍ୟାଳୟରେ ସଂସ୍କୃତ ଓ ହିନ୍ଦୀ ଶିକ୍ଷକଙ୍କ ଦ୍ବାରା କଳା ବିଭାଗ ପାଠ୍ୟକ୍ରମ ପରିଚାଳନା କରାଯାଉଅ ଉଅଛି । ସଂସ୍କୃତ ଶିକ୍ଷକଙ୍କୁ ଅନ୍ୟତ୍ର ନିଆଗ ଗଲେ ପିଲାଙ୍କ ପାଠପଢାରେ ଅବଗତି ଘଟିବ ବୋଲି ପରିଚାଳନା ସଦସ୍ୟମାନେ କହିଛନ୍ତି । ଗତ ଜୁନ୍ ମାସରେ ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ବଦଳି କାରଣରୁ ବିଦ୍ୟାଳୟ ନିମ୍ନଗାମୀ ହୋଇଛି । ଏଣୁ ଏଣୁ ଉକ୍ତ ଡେପୁଟେସନ୍ ଆଦେଶନାମାକୁ ପ୍ରତ୍ୟାହାର କରିବାକୁ କମିଟି ସଦସ୍ୟ, ୱାର୍ଡମେମ୍ବର ଓ ଛାତ୍ରଛାତ୍ରୀ ଅବିଭାବକମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।

July 22, 2026/
No Comments


