ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରରେ ମେଗା ବୃକ୍ଷ ରୋପଣ, ଅନୁଷ୍ଠିତ ହେଲା ବିରାଟ ସଭା ଓ ଶୋଭାଯାତ୍ରା
କୁଚିଣ୍ଡା, କୁଚିଣ୍ଡା ବ୍ଲକ ଅନ୍ତର୍ଗତ କିରାଶାସନ ଠାରେ ଅବସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର କୁଟୁରାଚୁଆଁ ର ପ୍ରତିଷ୍ଠା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏହି ଉପଲକ୍ଷେ ଶିକ୍ଷା କେନ୍ଦ୍ର ର ଅଧ୍ୟକ୍ଷ ତେଜରାକ ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ବନ ମହୋତ୍ସବ ସଭାରେ ସମ୍ବାଦ ସାହିତ୍ୟ ଘର ସଭାପତି ପରିବେଶ ବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ,ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକ ସୌଭାଗ୍ୟ କୁମାର ପଟେଲ ମୁଖ୍ୟବକ୍ତା ଓ ସାହିତ୍ୟ ଘର ସମ୍ପାଦକ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଚୌଧୁରୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠାର ଇତିହାସ ବର୍ଣ୍ଣନା କରିବା ସହ ବୃକ୍ଷ ରୋପଣ ତଥା ବନ ଓ ବନ୍ୟପ୍ରାଣୀ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସହକାରୀ ଶିକ୍ଷକ ନବୀନ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ଗାନ କରୁଥିଲେ ।ଏହା ପରେ ସାହିତ୍ୟ ଘରର ସଭାପତି ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ,ସମ୍ପାଦକ ବସନ୍ତ ଚୌଧୁରୀ, ମନିସା ପଟେଲ, କଳିକା ଦାସ, ସସ୍ମିତା ପୁରୋହିତ, ସସ୍ମିତା ଦାସ, ଲୀନା ପଟେଲ,ସ୍ୱରୂପ ପାଣିଗ୍ରାହୀ,ଦୀପକ ପଟେଲ, ତରୁଲତା ବାଗ,ସରମି ଜୟପୁରିଆ , ବିନତା ସାହୁ, ପ୍ରମୁଖ ଙ୍କ ସହ ଛାତ୍ର,ଛାତ୍ରୀ ଓ ସାହିତ୍ୟ ଘରର ସଭ୍ୟ, ସଭ୍ୟା ବନ ଓ ବନ୍ୟ ପ୍ରାଣୀ ସୁରକ୍ଷା ସମର୍ଥନରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା ।

ଏହା ପରେ ଜଙ୍ଗଲ ବିଭାଗ ଓ ଉଦ୍ୟାନ ବିଭାଗରୁ ଆସିଥିବା ପାଞ୍ଚ ଶହ ଚାରାକୁ ଅତିଥି ଗଣ ଓ ଛାତ୍ର,ଛାତ୍ରୀ ରୋପଣ କରିଥିଲେ । ଏହି ଅବସରରେ ନିଜ ଜନ୍ମ ଦିନରେ ଚର ରୋପଣ କରି ତାକୁ ବଞ୍ଚାଇବା ତଥା ଶିକ୍ଷା କେନ୍ଦ୍ର କୁ ସବୁଜ ସୁନ୍ଦର କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ ।ଶେଷରେ ବରିଷ୍ଠ ଶିକ୍ଷକ ଲକ୍ଷ୍ମଣ କିଷାନ୍ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।



