ମେରା ଯୁବ ଭାରତର ଜିଲ୍ଲା ସ୍ତରୀୟ ପରାମର୍ଶଦାତା ବୈଠକ ଅନୁଷ୍ଠିତ

ଅନୁଗୋଳ, ୨୩.୦୭ : ଜିଲ୍ଲା ପ୍ରଶାସନ ଓ ମେରା ଯୁବ ଭାରତ, ଅନୁଗୋଳର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ପରାମର୍ଶଦାତା ବୈଠକ ଆୟୋଜିତ କରାଯାଇଥିଲା। ଯୁବଶକ୍ତିର ସକ୍ରିୟ ସହଭାଗିତା ମାଧ୍ୟମରେ ଜିଲ୍ଲା ତଥା ଦେଶର ବିକାଶକୁ ଆଗେଇ ନେବା ପାଇଁ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ଯୁବ ଅଧିକାରୀ ପୂଜା ଯାଦବ “ମାଇଁ ଭାରତ ପୋର୍ଟାଲ”ମାଧ୍ୟମରେ କିପରି ଯୁବପିଢ଼ି ଏହି ଅଧୀନରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ସମାଜ ସଂସ୍କାର, ଦକ୍ଷତା ବିକାଶ ତଥା କ୍ରୀଡା କ୍ଷେତ୍ରରେ ପ୍ରୋତ୍ସାହିତ ହୋଇପାରିବେ ସେ ବିଷୟରେ ଅବଗତ କରାଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ( ଯକ୍ଷ୍ମା) ଡ. କୃଷ୍ଣ ଚନ୍ଦ୍ର ଦାସ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱୟଂଶାସିତ ମହାବିଦ୍ୟାଳୟର NCC ଓ NSS ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।




