କୋଭିଡ ଯୋଦ୍ଧାଙ୍କୁ ସହାୟତା ମୃତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ଲକ୍ଷ ଟଙ୍କା

ଜେ ବି ଏନ, ୧୮/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ମୃତ କୋଭିଡ ଯୋଦ୍ଧା ସ୍ବର୍ଗତ ଭଗବାନ ଭୁକ୍ତାଙ୍କ ଧର୍ମପତ୍ନୀ ପ୍ରମୋଦା ଭୁକ୍ତାଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମାନା ସ୍ଵର୍ଗତ ଭୁକ୍ତାଙ୍କ ବଅଁରପାଳ ବ୍ଳକ ଅନ୍ତର୍ଗତ ବଡଳିଗଡ ଗ୍ରାମସ୍ଥିତ ତାଙ୍କ ବାସଭବନକୁ ଯାଇ ଉକ୍ତ ଚେକ୍ ପ୍ରଦାନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ଭୁକ୍ତା ମୃତ୍ୟୁ ପୂର୍ବରୁ ତାଳଚେର ଉପଖଣ୍ଡ ଅନ୍ତର୍ଗତ ବିକ୍ରମପୁର ଥାନାରେ ଏ . ଏସ୍ . ଆଇ ଭାବରେ କାର୍ଯ୍ୟରତ ଥିଲେ । ସେ ଜଣେ କର୍ତ୍ତବ୍ୟ ନିଷ୍ଠ ଓ ଦକ୍ଷ ପୋଲିସ ଅଧିକାରୀ ଥିଲେ ବୋଲି ତାଙ୍କର ସହକର୍ମୀମାନେ ପ୍ରକାଶ କରିଛନ୍ତି ।



