ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ୧୪୭ତମ ଜୟନ୍ତୀ ସମାରୋହ

ଯାଜପୁର__ ବିଂଝାରପୁର ବ୍ଳକ ଅନ୍ତର୍ଗତ ବରୁଣେଶ୍ଵର ସ୍ଥିତ ନାମମନ୍ଦିର ଠାରେ ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ୧୪୭ ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ନାମମନ୍ଦିର ର ମୁଖ୍ୟ ପରିଚାଳକ ସଚ୍ଚିଦାନନ୍ଦ ମହାରାଜଙ୍କ କରକମଳରେ ଏହି ସମାରୋହ ଉଦଘାଟନ ହୋଇଥିଲା।ମୁଖ୍ୟ ଅତିଥିଭାବେ ପ୍ରଫେସର କୈଳାସଚନ୍ଦ୍ର ସାମଲ , ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପଣ୍ଡିତ ଭୁପତି ଭୁଷଣ ମିଶ୍ର, ବିଶିଷ୍ଟ ଅତିଥି ଭାବେ ଅଧ୍ୟାପକ ଦାମୋଦର ବେହେରା,ଶିକ୍ଷାବିତ ପ୍ରଫୁଲ୍ଲ ଚନ୍ଦ୍ର ରାୟ ଯୋଗଦେଇ ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ଉପରେ ବହୁ କଥା ଆଲୋଚନା କରିଥିଲେ।ଏହି ସମାରୋହରେ ବିଶିଷ୍ଟ ଶିକ୍ଷାବିତ ଓ ସୁଲେଖକ ପ୍ରଫୁଲ୍ଲ ଚନ୍ଦ୍ର ରାୟ, ବରିଷ୍ଠ ଚିକିତ୍ସକ ଡାକ୍ତର ରୁପ ନାରାୟଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ପୀତାମ୍ବର ସ୍ବାଇଁଙ୍କ ସଭାପତିତ୍ବରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ସଂପାଦକ ମଧୁସୂଦନ ଜେନା ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ଜୟନ୍ତୀ ସମାରୋହ କୁ ପରିଚାଳନା କରିଥିଲେ। ଶରତଚନ୍ଦ୍ର ପରିଡ଼ା, ପଞ୍ଚାନନ ବେହେରା, ଶ୍ରୀନିବାସ ତ୍ରୀପାଠୀ, ସୁଧାଂଶୁ ଶେଖର ମଲ୍ଲିକ, ବିପିନ ବିହାରୀ ବଳ, ମୀନକେତନ ପୁହାଣ, ପ୍ରଧ୍ୟାପକ ଜ୍ଞାନରଞ୍ଜନ ଧଳ,ରବି ଶତପଥୀ, ଚନ୍ଦ୍ରଶେଖର ବେହେରା ପ୍ରମୁଖ ବକ୍ତାମାନେ ବ୍ରଜସୁନ୍ଦର ଦାସଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।




