ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଡିଜିଟାଲ ସାମ୍ବାଦିକଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର, ୨୬ ଜୁଲାଇ: ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଆଜି ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଗମ୍ଭୀର ପରିବେଶରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡିଜିଟାଲ ମିଡିଆ ପ୍ରତିନିଧିମାନେ ଯୋଗଦେଇ ସଂଗଠନର ସୁଦୃଢ଼ୀକରଣ, ଡିଜିଟାଲ ସାମ୍ବାଦିକଙ୍କ ଅଧିକାର ସୁରକ୍ଷା ଏବଂ ସାମ୍ବାଦିକତାର ମାନୋନ୍ନତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ODMM ଡିଜିଟାଲ ମିଡିଆ କର୍ମୀ ଓ ସ୍ୱାଧୀନ ସାମ୍ବାଦିକଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ରାଜ୍ୟସ୍ତରୀୟ ସଂଗଠନ।

ଏହି ବୈଠକରେ ସମାଜସେବୀ ଓ RTI କର୍ମୀ ଡଃ ରାଜକୁମାର ଯାଦବ, ସମାଜସେବୀ ତଥା ଓଡ଼ିଶା ସରକାରଙ୍କ ଖଣି ବିଭାଗର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାରଦା ପ୍ରସାଦ ଷଡ଼ଙ୍ଗୀ, କେନ୍ଦୁଝରର ସମାଜସେବୀ ସୂର୍ଯ୍ୟନାରାୟଣ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ମନୋଜ କୁମାର ଶତପଥି, ସାଧାରଣ ସମ୍ପାଦକ କବିରାଜ ପାତ୍ର, ରାଜ୍ୟ ଅର୍ଗାନାଇଜେସନ ସେକ୍ରେଟାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ମୀରା ବାଇ ଦେଓ ଏବଂ ସୂର୍ଯ୍ୟକାନ୍ତ ଖେଡୁୱାଲ ସିଂଙ୍କ ସମେତ ବହୁ ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
ସେହିପରି ଅନୁଗୋଳଜିଲ୍ଲାସଭାପତି ଶ୍ରୀ ସନାତନ କର ଓ ସମ୍ପାଦକ ସୁଶୀଲ କୁମାର ଆଇଚ ଙ୍କୁ ମଞ୍ଚରେ ସମ୍ମାନୀତ କରଯାଇଥିଲା।
ବକ୍ତାମାନେ ଡିଜିଟାଲ ସାମ୍ବାଦିକତାର ବର୍ତ୍ତମାନ ସ୍ଥିତି, ସାମ୍ବାଦିକଙ୍କ ସାମାଜିକ ସୁରକ୍ଷା, ନୈତିକ ସାମ୍ବାଦିକତା, ତଥ୍ୟ ଅଧିକାରର ସଠିକ୍ ବ୍ୟବହାର ଏବଂ ସମାଜ ପ୍ରତି ଡିଜିଟାଲ ମିଡିଆର ଦାୟିତ୍ୱ ସମ୍ପର୍କରେ ନିଜ ମତ ରଖିଥିଲେ। ସଂଗଠନକୁ ଆହୁରି ସଶକ୍ତ କରିବା ସହ ରାଜ୍ୟବ୍ୟାପୀ ସଦସ୍ୟ ସଂଗଠନ ବୃଦ୍ଧି ଓ ଆଗାମୀ କାର୍ଯ୍ୟକ୍ରମର ରୂପରେଖା ମଧ୍ୟ ବୈଠକରେ ପ୍ରସ୍ତୁତ କରାଯାଇଥିଲା।
ଶେଷରେ ସମସ୍ତ ଅତିଥି, ସଦସ୍ୟ ଓ ସାମ୍ବାଦିକଙ୍କୁ ଧନ୍ୟବାଦ ଜଣାଇ ବୈଠକର ସମାପନ କରାଯାଇଥିଲା।
“ଏହି ଅବସରରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ବିଭିନ୍ନ ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବିଶିଷ୍ଟ ପଦାଧିକାରୀମାନଙ୍କୁ ସଂଗଠନ ପକ୍ଷରୁ ସମ୍ମାନୀତ କରାଯାଇଥିଲା। ସାମ୍ବାଦିକତା କ୍ଷେତ୍ରରେ ସେମାନଙ୍କ ଅବଦାନ ଏବଂ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକାକୁ ସ୍ୱୀକୃତି ଜଣାଇ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।”
ବୈଠକ ଶେଷରେ ସମସ୍ତ ଙ୍କ ପାଇଁ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରଯାଇଥିଲା।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-19-scaled.jpg)


