28-7-2026,ସମ୍ବଲପୁର ଜିଲ୍ଲା, ରେଙ୍ଗାଲି ବ୍ଲକ , ଲଇଡା ପଞ୍ଚାୟତ ର ନୁଆପାଲି ଗ୍ରାମ ର ଅଲକିଟିକ୍ରା ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି।ଏହି ରାସ୍ତାରେ ସ୍କୁଲ ଛାତ୍ର ଛାତ୍ରୀ ପାଠ ପଢ଼ି ବାକୁ ଯାଆନ୍ତି।ଏହି ରାସ୍ତା ରେ ସମ୍ବଲପୁର ଯିବା ପାଇଁ ପାଖ ରାସ୍ତା ଅଟେ,ଏହି ରାସ୍ତା ଦେଇ ଜମନକିରା ଯିବା ପାଖ ଅଟେ।ଅଛରାଏ ବର୍ଷା ରେ କାଦୁଅ ହୋଇ ରାସ୍ତା ଟି ଶୋଚନୀୟ ଅବସ୍ଥା ହୁଏ। ଗ୍ରାମ ବାସୀ ଅନେକ ଥର ରେଙ୍ଗାଲି ବିଡ଼ିଓ ଙ୍କୁ ଗୁହାରି ଜଣାଇଛନ୍ତି ଓ ଏ ନେଇ ସରପଞ୍ଚ ଙ୍କୁ ମଧ୍ୟ ଜଣାଇଛନ୍ତି ଓ ଜନ ଶୁଣାଣି ରେ ମଧ୍ୟ ଅଭିଯୋଗ କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରନ୍ତି।ବିଶେଷ କରି ସ୍କୁଲ କୁ ଜାଉ ଥିବା ଛୋଟ ଶିଶୁ ମାନେ ପଡ଼ିବାର ସମ୍ଭାବନା ରହୁଛି। ତେଣୁ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଏହି ରାସ୍ତା ଟି ଶୀଘ୍ର ମରାମତି ହେଲେ ଏହି ଅଞ୍ଚଳର ଜନସାଧାରଣ ଓ ଛାତ୍ର ଛାତ୍ରୀ ଉପକୃତ ହେବେ ବୋଲି ଗ୍ରାମ ବାସି ଅଭିଯୋଗ କରିଛନ୍ତି।ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ



