୮୦ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।
ଅନୁଗୋଳ ତା. ୨୮.୦୭ : ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସକୁ ପୂର୍ବ ବର୍ଷ ଗୁଡିକ ଭଳି ମହାସମାରୋହରେ ପାଳନ କରାଯିବା ନିମନ୍ତେ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପୂର୍ବ ବର୍ଷର ବିବରଣୀ ପାଠ କରିଥିଲେ । ଚଳିତ ବର୍ଷ ଏହି ଉତ୍ସବକୁ ମହାସମାରୋହରେ ପାଳନ କରିବା ପାଇଁ ଉପସ୍ଥିତ ଥିବା ସମସ୍ତ ସଦସ୍ୟା ଓ ସଦସ୍ୟମାନଙ୍କୁ ଅଧ୍ୟକ୍ଷ ସମ୍ବୋଧନ କରିବା ସହ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ବାଧୀନତା ଦିବସର ପ୍ରତ୍ୟୁଷରୁ ସହରରେ ଡାକବାଜୀ ଯନ୍ତ୍ର ଯୋଗେ ରାମଧୁନ ପରିବେଷଣ କରାଯିବ । ପୂର୍ବାହ୍ନ ୬ ଘଟିକାରେ ପ୍ରଭାତ ଫେରୀ, ୭ ଘଟିକା ୩୦ ମିନିଟ୍ ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ଘରୋଇ କୋଠାବାଡିରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପୂର୍ବାହ୍ନ ୯ ଘଟିକା ୧୫ ମିନିଟ୍ ସମୟରେ ପିଟିସି ପଡିଆ ଠାରେ ମୁଖ୍ୟ ଅତିଥୁଙ୍କ ଦ୍ବାରା ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବ । ଏହି ଦିବସ ଉପଲକ୍ଷେ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ବକ୍ତୃତା, ଦେଶାତ୍ମବୋଧକ କଣ୍ଠ ସଙ୍ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର କରାଗଲା । ଗତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖ୍ ଊତ୍ତୀର୍ଣ୍ଣ ହୋଇଥିବା ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ସମ୍ବନ୍ଧିତ କରାଯିବ । ସେହିପରି ଗତ ସି ବି ଏସ୍ ଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖ୍ ଊତ୍ତୀର୍ଣ୍ଣ ହୋଇଥିବା ଜଣେ ଛାତ୍ର ଓ ଛାତ୍ରୀଙ୍କୁ ସମ୍ବଦ୍ଧିତ କରାଯିବ ବୋଲି ସ୍ଥିର କରାଗଲା । ପି ଟି ସି ପଡିଆ ଠାରେ ଅଗଷ୍ଟ ୧୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅଭ୍ୟାସ ପରେଡ ଅନୁଷ୍ଠିତ ହେବ । ଊତ୍ସବ ଦିନ ସନ୍ଧ୍ୟା ସମୟରେ ସ୍ଥାନୀୟ ସଭାଘର ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତତ୍ତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଛି । ଊତ୍ସବ ଦିବସ ସହ ଜଡିତ ବିଭିନ୍ନ ଅନୁଷ୍ଠାନ|ବିଭାଗ ନିଜ ନିଜର ଦାୟିତ୍ବ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସଭା ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ସନମ୍ସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଆରକ୍ଷୀ ଅକ୍ଷକ ଶ୍ରୀ ରାଜିବ ଲୋଚନ ପଣ୍ଡା, ଡେପୁଟୀ କଲେକ୍ଟର ଶ୍ରୀ ଜୟଜିତ ଧଳ, ଅନୁଗୋଳ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ରମାକାନ୍ତ ମହାଳିକ, ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସି), ଊପ- ନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ଅମ୍ବର ଲୁଗୁନ୍, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦୁଃଶାସନ ନାଏକଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିଳ୍ପ ସଂସ୍ଥାମାନଙ୍କର ପ୍ରତିନିଧୋ, ସ୍ଵେଚ୍ଛାସେବୀ, ବୁଦ୍ଧିଜୀବି, ଶିକ୍ଷକ ଶିକ୍ଷୟିତ୍ରୀ, ଗଣମାଧ୍ୟମର ପ୍ରତିନିଧୋ ପ୍ରମୁଖ ଯୋଗ ଦେଇଥିଲେ ।



