
ବେରୁଆଁପାଳ ଓ ଗଣ୍ଡିଝରା ନାଳରେ ଛାଡିଦେଲା ରୁଙ୍ଗୁଟା କମ୍ପାନୀ ର ଆବର୍ଜନା ପାଣି l
ବେରୁଆଁପାଳ ଗଣ୍ଡିଝରା ନାଳରେ ଛାଡି ଦିଆଯାଇଛି ରୁଙ୍ଗୁଟା କମ୍ପାନୀ ର ଆବର୍ଜନା ପାଣି l ପାଣିର ରଙ୍ଗ କଳା ପଡିଯାଇଥିବାବେଳେ ଦୁର୍ଗନ୍ଧରେ ନାକ ଫାଟିପଡୁଛି l ପାଣିରେ ଗାଧୁଆ ପାଢୁଆ କରିବା ଦୂରର କଥା ପାଖ ମାଡି ହଉନି l ଏହି ନାଳ ବେରୁଆଁପାଳ ଗଣ୍ଠିରୁ ବାହାରି ଗଣ୍ଡିଝରା ଦେଇ ଲିଙ୍ଗରା ନଦୀରେ ମିଶି ବ୍ରାହ୍ମଣୀ ନଦୀରେ ମିସିଅଛି l ଏହି ନାଳ ନଇରେ ପ୍ରାୟ ଦଶ ବାରଟି ଗ୍ରାମ ପ୍ରଭାବିତ ହେଉଛନ୍ତି l ଏହି ନାଳ ପାଣି ପିଇ ବହୁତ ଗାଈ ଗୁରୁ ଏବଂ ପଶୁ ପକ୍ଷୀ ରୋଗାକ୍ରାନ୍ତ ହେଉଛନ୍ତି l ଓ ଏହି ପାଣି ଲୋକମାନେ ଗାଧୋଇ ବହୁତ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଗଣ୍ଡିଝରା ଗ୍ରାମର ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି l ବର୍ଷାର ସୁଯଗ ନେଇ ରୁଙ୍ଗୁଟା କାରଖାନା ର ବର୍ଜ୍ୟ ଜଳକୁ ନାଳରେ ଛାଡି ଦେଇଥିବା ଅଭିଯୋଗ ହୋଇଛି l ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି l ଯଦି ଜିଲ୍ଲା ପ୍ରଶାସନ କିଛି ଦୃଷ୍ଟି ଆକର୍ଷଣ ନକରି ଅମ ମାନଙ୍କୁ ନ୍ୟାୟ ନଦିଏ ତାହେଲେ ଆଗାମୀ ଦିନରେ ରୁଙ୍ଗୁଟା କମ୍ପାନୀ ଆଗରେ ଧାରଣାରେ ବସିବୁ ବୋଲି ଗାଣ୍ଡିଝରା ଗ୍ରାମବାସୀ ଚେତାବନୀ ଦେଇଛନ୍ତି l



