ପାଣି ନିଷ୍କାସନ ସମୟରେ ବିଜୁଳି କରେଣ୍ଟ ଲାଗି ଚାଲିଗଲା ଅଗ୍ନୀଶମ ବିଭାଗର କର୍ମଚାରୀଙ୍କ ଜୀବନ

କେନ୍ଦୁଝର – କେନ୍ଦୁଝରରେ ଦୁଇ ଦିନ ଧରି ଲଗାଣ ବର୍ଷା ରେ ଜନ ଜିବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ରାସ୍ତା ଘାଟ ଘର ଦ୍ୱାର ସବୁ ଆଡେ ପାଣି ଭରି ଯାଇଥିଲା। କାଲି ଠାରୁ ବିଭିନ୍ନ ସ୍ଥାନରେ ଜଳ ନିସ୍କାସନ କରିବା ପାଇଁ କେନ୍ଦୁଝରଗଡ ପୌରପାଳିକା ଓ ଅଗ୍ନିଶମ ବାହିନୀ ର ଦଶଟି ଟିମ୍ ଜଳ ନିସ୍କାସନ କରିବାର ଲାଗି ଥିଲେ। ଆଜି ସକାଳେ ପାଳି ଥିଲା ଟାଉନ ଥାନା ସରକାରି ବାଳିକା ବିଦ୍ୟାଳୟ ସମ୍ମୁଖ ପୋଲିସ କ୍ଲବ୍ ଏଵଂ ପାଖରେ ଥିବା ବିଭିନ୍ନ ଘର ଭିତରୁ ଥିବା ଜଳ ନିସ୍କାସନ କରିବାର। ସକାଳୁ ସଦଳ ବେଳେ ପହଞ୍ଚି ଥିଲା ଅଗ୍ନୀଶମ ବାହିନୀର ଦୁଇଟି ଟିମ୍। ଗୋଟିଏ ଟିମ୍ ପୋଲିସ କ୍ଲବ୍ ରେ ଜଳ ନିସ୍କାସନ କରୁଥିବା ବେଳେ ଅନ୍ୟ ଟିମ୍ ଟି ନିକଟରେ ଥିବା ଘରୁ ପାଣି ନିଷ୍କାସନ କରୁଥିଲେ। ସେହି ଟିମ୍ ରେ ସାମିଲ୍ ଥିଲେ ଚନ୍ଦନ ପଟ୍ଟନାୟକ। ଆଣ୍ଠୁଏ ପାଣି ରେ ପଶି ଘର ଭିତରେ ପାଇପ୍ ପକାଇବା ସହ ଜଳ ନିସ୍କାସନ କାର୍ଯ୍ୟ ଆରମ୍ଭ କରିଥଲେ। ଘର ମାଲିକ ର ଲୁଗା ଶୁଖାଇବା ପାଇଁ ଏକ ଜିଆଇ ତାର ଘର ଅଗଣାରୁ ଅନ୍ୟ ଅଗଣା କୁ ବନ୍ଧା ହୋଇଥଲା। ଦୁର୍ଭାଗ୍ୟ ବଶତଃ କୌଣସି କାରଣରୁ ସେହି ତାରଟିରେ ବିଜୁଳି କରେଣ୍ଟ ସଂଯୋଗ ହୋଇଯାଇଥିଲା। ସେହି ସମୟରେ ଚନ୍ଦନ ପଟ୍ଟନାୟକ ଙ୍କ ହାତ ପାଣି ଭିତରେ ଥିବା ସମୟରେ ଭୁଲ୍ ବଶତଃ ପଡ଼ି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ କରେଣ୍ଟ ଖାଇ ସେ ତଳେ ପଡ଼ି ଯାଇଥିଲେ। ଅନ୍ୟ ସହକର୍ମୀ ମାନେ କରେଣ୍ଟ ଲାଗି ଥିବା ଜାଣି ପାରି ସଙ୍ଗେ ସଙ୍ଗେ ଅନ୍ୟ ଏକ ପ୍ଲାଷ୍ଟିକ ପାଇପ୍ ଯୋଗେ ତାର ଠିକୁ ଟାଣି ଛିଣ୍ଡାଇ ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠୀ ପହଞ୍ଚିଲା ବେଳକୁ ଡାକ୍ତର ତାକୁ ହୃଦଘାତ ରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




