ରାସ୍ତା ନିମ୍ନ ମାନର କାର୍ଯ୍ୟକରି ଅର୍ଥ ହରିଲୁଟ୍ ଅଭିଯୋଗ

ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ମଦନ ସାହୁ) ନାଲକୋ ::ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ସ୍ଥିତ ନାଲକୋ ନିକଟସ୍ଥ ବେନ୍ତପୁର ରାସ୍ତା ନିମ୍ନ ମାନର କାର୍ଯ୍ୟକରି ଅର୍ଥ ହରିଲୁଟ୍ କରୁଥିବାର ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନାଲକୋ ବେନ୍ତପୁର ପଂଚାୟତର ବେନ୍ତପୁର ଠାରୁ ଦେଇ ଟାଉନସିପି ସଂଯୋଗ କରୁଥିବା ରାସ୍ତାରେ ପିଚୁ ରାସ୍ତା ମରାମତି ନିମ୍ନ

ମାନର ବୋଲି ଅଭିଯୋଗ ହୋଇଥିବା ବେଳେ ମରାମତି ନାଆଁରେ ଅର୍ଥ ହରିଲୁଟ୍ କରୁଥିବାର ଅଭିଯୋଗ ହୋଇଛି । ଏକ ମାସ ପୂର୍ବରୁ ଏହି ରାସ୍ତାର ମରାମତି କରାଯାଇଥିବା ବେଳେ ମରାମତି କରାଯାଇଥିବା ସ୍ଥାନ ଗୁଡିକରୁ ଗୋଡି ସବୁ ଉଠି ଯାଉଥିବାର ଦେଖିବାକୁ ମିଳିଛି । ସୂଚନା ଥାଉକି ଏହି ରାସ୍ତା ଦେଇ କୌଣସି ଭାରି ଯାନ ଚଳାଚଳ ନଥାଏ ଏବଂ ଏହି ରାସ୍ତାଟି ଅପହଞ୍ଚ ଅଞ୍ଚଳରେ ହୋଇଥିବାରୁ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସେନାହିଁ । ତୂରନ୍ତ ଏହି ରାସ୍ତା କାର୍ଯ୍ୟର ତଦନ୍ତ କରି ଏଥିରେ ସମ୍ପୃକ୍ତ ଠିକାଦାର ଓ ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଅଂଚଳବାସୀ ପକ୍ଷରୁ ଦାବୀ ହୋଇଛି।




