ଭୀମଭୋଇ ଭିନ୍ନକ୍ଷମ ସସାମର୍ଥ୍ୟ ଶିବିର

ତାଳଚେର, ୩୧/୦୭ ଆଜି ସକାଳ ୯ଘଟିକା ସମୟରେ ତାଳଚେର ହାଟତେଟା ସ୍ଥିତ ଯୁବରାଜ ହାଇସ୍କୁଲରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗୋଷ୍ଠିଉନ୍ନୟନ ଅଧିକାରୀ ସୁଶାନ୍ତ ବରାଳ, ଏଇଇ ସୁବାଷ ଚନ୍ଦ୍ର ରଥ, ଜିପିଡ଼ିଓ ଶ୍ରୀଧର ସାହୁ ଉପସ୍ଥିତ ଥିଲେ । ସମୁଦାୟ ୩ଶହ ୭୧ଜଣ ଯୁବକ ପଞ୍ଜିକରଣ କରାଯାଇଥିଲା । ସେଥିମଧ୍ୟରୁ ଶରୀରିକ ୭୪, ଚକ୍ଷୁ ୪୧, ଶିଶୁବିଭାଗ ୨୭, ଭେଷଜ ବିଭାଗ ୨୨, ଏମଆଇ ୪୩, ଚକ୍ଷୁ, କର୍ଣ୍ଣ, ନାସା ୪୧ କରିଥିବା ବେଳେ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ପଞ୍ଜିକରଣ ରିଥିବା ତାଳଚେର ପୌରପାଳିକା ୩୪, କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ରୋପଣ ୩୪, ଭତା ୧୭, ବସପାସ୍ ୩୧, ଏଡ଼ସ୍ ଏବଂ ଆପ୍ଲିଆନସ୍ ୨୬ଜଣ ରହିଥିଲେ । ଏହି ଶିବିରରେ ଜଣେ ଦିବ୍ୟାଙ୍ଗକୁ ଟ୍ରାଏ ସାଇକେଲ ଏବଂ ଜଣକୁ ହ୍ୟୁଇଲ୍ ଚେୟାର୍ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ମଂଚ ପରିଚାଳନା ସହ ଅନ୍ୟାନ୍ୟ ଦାୟୀତ୍ୱ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପପୁ ବେହେରା, ସଙ୍ଗୀତା ସାମଲ, ସମସ୍ତ ପଂଚାୟତର ନିର୍ବାହୀ ଅଧିକାରୀ, ଏଡ଼ିଓ, ସରପଂଚ ଏବଂ ସମିିତିସଭ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।



