ବଡ଼ମାଳ ହାଇସ୍କୁଲ ରେ ପ୍ରଧାନଶିକ୍ଷକ ଅଶୋକ ଡନସନା ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଲକ୍ ବଡ଼ମାଳ ହାଇସ୍କୁଲରେ ପ୍ରଧାନଶିକ୍ଷକ ଅଶୋକ ଡନସନା ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ସ୍କୁଲରେ ପରିଚାଳନା କମିଟି ସଭାପତି ନରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନଶିକ୍ଷକ ଶ୍ରୀ ଡନସନା ଓ ପତ୍ନୀ ତୁଳସୀ ଡନସନା, ତେଜରାଜ ମେହେର, ଲାବଣ୍ୟବତୀ ସାହୁ, ଜଗଦୀଶ ସାହୁ, ସନନ୍ତ ଦାଶ, ଧର୍ମରାଜ ପଧାନ, ପଦ୍ମଲୋଚନ ସାହୁ ମଞ୍ଚାସୀନ ଥିଲେ। ଅତିଥିଗଣ ଶ୍ରୀ ଡନ୍ନ୍ସନାଙ୍କ କାର୍ଯ୍ୟକାଳ ଓ ଆଦର୍ଶ ବିଷୟରେ ଆଲୋଚନା କରିଥିଲେ । ଖେଳଶିକ୍ଷକ ପ୍ରମୋଦ ପଟେଲ ସହିତ ମମତା ପଣ୍ଡା, ପଦ୍ମିନୀ ବିଶ୍ଵାଳ, ଜ୍ୟୋତିର୍ମୟୀ ସାହୁ, ସୁଧାରାଣୀ ପଧାନ, ଅର୍ଚ୍ଚନା ପଧାନ, କଳ୍ପନା କାଲୋ. ଅଞ୍ଜଳି ଗଣିତ, ସଂଯୁକ୍ତା ପଧାନ, ପ୍ରସନ୍ନ ଭୋଇ, ଧୀରଜ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶିକ୍ଷକ ଅଗସ୍ତି ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ପଦ୍ମିନୀ ବିଶ୍ଵାଳ ଧନ୍ୟବାଦ ଦେଇଥିଲେ। ସଭା ପରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ଶୋଭାଯାତ୍ରା ଶ୍ରୀ ଡନସନାଙ୍କୁ ନେଇ ବାସଭବନ ଛାଡ଼ିଥିଲେ |




