-: “ଝାରସୁଗୁଡ଼ାରୁ ଗୟା ପର୍ଯ୍ୟନ୍ତ ବସ୍ ସେବା ଆରମ୍ଭ”
:ଝାରସୁଗୁଡା:୨/୮(ଯୋଗେଶ୍ୱର ସାହୁ):ଝାରସୁଗୁଡ଼ାରୁ ଗୟା ପର୍ଯ୍ୟନ୍ତ ବସ୍ ସେବା ଆରମ୍ଭ କରିଛି ଓଏସ୍ଆରଟିସି। ଏହି ବସ୍ଟି ଝାରସୁଗୁଡ଼ାରୁ ଦିନ ୧ ଟା ସମୟରେ ବାହାରି ପରଦିନ ସକାଳ ୫ଟାରେ ଗୟା ପହଞ୍ଚିଥାଏ। ସେହିପରି ଗୟାରୁ ଏହା ଅପରାହ୍ନ ୩:୫୦ ରେ ବାହାରି ପରଦିନ ସକାଳ ୭ ଟାରେ ଝାରସୁଗୁଡ଼ା ପହଞ୍ଚିଥାଏ। ଏହି ବସଟି ସୁନ୍ଦରଗଡ଼, ରାଉରକେଲା, ବିରମିତ୍ରପୁର, ସିମଡ଼େଗା ଏବଂ ରାଞ୍ଚି ଭଳି ପ୍ରମୁଖ ସହର ଦେଇ ଝାରସୁଗୁଡ଼ା ଯୋଡ଼ିଥାଏ। ଏହି ବସରେ ମହିଳାଙ୍କ ପାଇଁ ୫୦% ରିହାତିର ସୁବିଧା ରହିଛି।



