ପ୍ରଧାନଶିକ୍ଷୟତ୍ରୀଙ୍କ ପିତୃ ବିୟୋଗ
ତାଳଚେର,୦୩/୦୮ ତାଳଚେର ବ୍ଲକ ପଡ଼ିଆଭଙ୍ଗା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଲତିକା ମହାପାତ୍ରଙ୍କ ପିତା ଋତହରି ମହାପାତ୍ର(୮୩ ବର୍ଷ)ଙ୍କ ଦିଲ୍ଲୀସ୍ଥିତ ବାସଭବନରେ ମହାପ୍ରୟାଣ ଘଟିଅଛି । କିଛି ଦିନ ହେଲା ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ଶେଷଶଯ୍ୟା ନିକଟରେ ତାଙ୍କର ଏକମାତ୍ର ପୁତ୍ର ଦେବାଶିଷ, ବୋହୂ ଚିନ୍ମୟୀ, ଜ୍ୱାଇଁ ଅରବିନ୍ଦ, ଅରୁଣ ଓ ଦୁଇ କନ୍ୟା ଲତିକା ଓ ଗୀତିକା ଉପସ୍ଥିତ ଥିଲେ । ସ୍ୱର୍ଗତଃ ଋତହରି ମହାପାତ୍ର ଜଣେ ଦାୟିତ୍ୱସମ୍ପନ୍ନ ଓ ନିଷ୍ଠାପର ବିଦ୍ୟୁତ ଅଧିକ୍ଷଣ ଯନ୍ତ୍ରୀ ଭାବରେ ତାଳଚେର ଥର୍ମାଲ ପାୱାର ଷ୍ଟେସନ, ବାଲିମେଳା ଜଳବିଦ୍ୟୁତ କେନ୍ଦ୍ର, ନବରଙ୍ଗପୁର, ବଲାଙ୍ଗୀର, କେଉଁଝର ତଥା ଭୁବନେଶ୍ୱର ଠାରେ ନିଜର ଚାକିରୀ ଜୀବନ ସଫଳତାର ସହ ସମ୍ପାଦନ କରିଥିଲେ । ଜଣେ ସଂସ୍କୃତି ପ୍ରାଣ, ସାହିତ୍ୟ ପ୍ରେମୀ ତଥା କର୍ମଦକ୍ଷ ଅଫିସର ଭାବରେ ସେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କର ଅନ୍ତେଷ୍ଟିକ୍ରିୟା ହରିଦ୍ୱାରର ପବିତ୍ର ଚଣ୍ଡୀଘାଟଠାରେ ଶୋକାକୁଳ ପରିବେଶରେ ସମ୍ପନ୍ନ ହୋଇଅଛି ।



