କେନ୍ଦୁଝରଜିଲ୍ଲା ବଲାଣି ଥାନା ଅନ୍ତର୍ଗତରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତ ବଲାଣି ବଜାର ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବେକରେ ନିଜ ଓଢ଼ଣି ଲଗାଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ନେଇ ସୂଚନା। ସେ ନିଜ ଘରର ଏଙ୍ଗେଲରେ ଝୁଲି ପଡ଼ି ମୃତ୍ୟୁ ବରଣ କରିଥିବା ନେଇ ସୂଚନା। ଯୁବତୀ ଜଣକ ହେଲେ ତାନ୍ୟା ଠାକୁର ଓ ତାଙ୍କ ବୟସ ପାଖାପାଖି (୧୯) ବର୍ଷ ହୋଇଥିବା ନେଇ ସୂଚନା।ସେ ବଡବିଲ ମହାବିଦ୍ୟାଳୟର +୩ ଥାଡୟର ର ଛାତ୍ରୀ ହୋଇଥିବା ନେଇ ସୂଚନା। ଯୁବତୀ ଜଣଙ୍କ ବଡବିଲ ମଲ୍ ରେ ମଧ୍ୟ ପାର୍ଟ ଟାଇମ୍ ପାଇଁ କାର୍ଯ୍ୟ କରୁଥିଲେ। ସେ ଗତ ରାତିରେ ପାଠ ପଢିବା ପାଇଁ ନିଜ ଘର ବାରଣ୍ଡା ରେ ହିଁ ବସିଥିବା ବେଳେ ଘର ଲୋକ ଖାଇ ପିଇ ସୋଇ ଯାଇଥିଲେ । ରାତ୍ରୀ ପ୍ରାୟ ଗୋଟାଏ ପାଖାପାଖି ସମୟରେ ତାଙ୍କ ମା ଉଠିଲା ବେଳକୁ ଝିଅ ନିଜ ଓଢ଼ଣି ବେକରେ ଲଗାଇ ଏକ ଘର ଏଙ୍ଗେଲ୍ ରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ । ମା ଏହା ଦେଖି ଆଖପାଖ ଲୋକଙ୍କୁ ଡାକିବା ସହ ବଲାଣି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିବାସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଚଳାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ତାହା ସ୍ପଷ୍ଟ ଜଣାଡିବ ବୋଲି ପୋଲିସ ପକ୍ଷରୁ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



