ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଗ୍ରାମରେ ଚାଷୀ ଙ୍କ ପାଇଁ ଧାନ ମଣ୍ଡି ର ଶୁଭାରମ୍ଭ

(ଜେ ବି ଏନ /ସୁଶାନ୍ତ କୁମାର) ୧୯/୧୨ /୨୦୨୦ ଅନୁଗୋଳ : ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ସୋସାଇଟି ରେ ଚଳିତ ବର୍ଷ ଚାଷୀ ଙ୍କ ଠାରୁ ଧାନ ସଂଗ୍ରହ ନିମନ୍ତେ ସରକାରୀ ଧାନ ବିକ୍ରୟ କେନ୍ଦ୍ର(ମଣ୍ଡି) ର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଉପବାଚସ୍ପତି ତଥା ଅନୁଗୋଳ ବିଧାୟକ ଶ୍ରୀ ରଜନୀ କାନ୍ତ ସିଂ ଓ ସମ୍ମାନିତ ଅତିଥି ଭାବେ ବଅଁରପାଳ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଲି ଭୋଇ, ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ପାଞ୍ଚଜଣ ଚାଷିଙ୍କ ଠାରୁ ୧୦୦(୧୯ ୨ବସ୍ତା) କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା। ପ୍ରଶାନ୍ତ କୁମାର ରାଉତ(ଏ ଆର୍ ସି ଏସ୍) ସୁରେନ୍ଦ୍ର ହୋତା (ସି ଏସ୍ ଓ), ବଅଁରପାଳ ବ୍ଲକ ଯୋଗାଣ ଅଧିକାରୀ ପ୍ରମୁଖ ସମସ୍ତ ସରକାରୀ କର୍ମଚାରୀ ସମେତ ଏ ୟୁ ସି ସି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ର ସୁଜିତ୍ କୁମାର ନନ୍ଦ (ଏଜିଏମ) ଓ ବଅଁରପାଳ ସମବୟ ବ୍ୟାଙ୍କ ର ପରିଚାଳକ ସଞ୍ଜିତ୍ ମିଶ୍ର ପ୍ରମୂଖ ଉପସ୍ଥିତ ଥିଲେ। ଗଡସନ୍ତ୍ରୀ ସୋସାଇଟି ର ସମ୍ପାଦକ ଅଭିଜିତ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



