::ଗଛ୍ଟେ -ଭବିଷ୍ଯତ୍କେ ସଜ୍ଟେ,
ମାଁ ସେବା ସଂସ୍ଥା ଏକ ଟଙ୍କିଆ ଜଳଖିଆ ଅନୁଷ୍ଠାନ,(ଖେଦାପାଲି)ର ନିଆରା କାର୍ଯ୍ୟକ୍ରମ::
ବରଗଡ:୫/୮(ପବିତ୍ର ମେହେର)
ମାଁ ସେବା ସଂସ୍ଥା, ଖେଦାପାଲି ପକ୍ଷରୁ ବରଗଡ଼ ଜିଲ୍ଲାର ସମସ୍ତ ୧୭୧୨ ସ୍କୁଲ ଏବଂ ୮୪ଟି କଲେଜରେ ହାରାହାରି ୯୦୦୦ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଅମ୍ବାଭୋନା ବ୍ଲକର ମୁଣ୍ଡକଟି,ବିଛନା,ସନ୍ଥରା,କର୍ଲା,ଜୁନାନୀ, ଲଖନପୁର,ଗୌରପାଲି,ବାବେବିରା,ଅଲେଖପୁର,ଚକ୍ରାମାଲ,ତିଲେଇମାଲ,ଖୋଲା ଓ କୁରୁମକେଲ ଗ୍ରାମର ମୋଟ୍ ୧୪ଟି ସ୍କୁଲରେ ୭୦ଟି ବୃକ୍ଷରୋପଣ ମାଁ ସେବା ସଂସ୍ଥାର ସଦସ୍ଯ ଉମେଶ ପଧାନ ଓ ସାମନ୍ତ ପଧାନ କରାଯାଇଛି।ତାସହିତ ସମ୍ବଲପୁରୀ ଭାଷାର ପ୍ରଚାର ପ୍ରସାର ପାଇଁ ସ୍କୁଲର ଛାତ୍ରମାନଙ୍କୁ ସମ୍ବଲପୁରୀ ଭାଷାରେ ପ୍ରକୃତି ପରିବେଶ ଆଧାରିତ କବିତା ଲେଖି ତାଙ୍କ ପାଖକୁ ପଠେଇବାକୁ ଅନୁରୋଧ କରିଛନ୍ତିି। ଶ୍ରେଷ୍ଠ ଲେଖକ ଲେଖିକା ମାନଙ୍କୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସରିବା ପରେ ସମ୍ମାନିତ କରାଜିବ ବୋଲି ମାଁ ସେବା ସଂସ୍ଥାର ସଭାପତି ଉମେଶ ପଧାନ ସୁଚନା ଦେଇଛନ୍ତି।ଏହି ମହତ କାର୍ଯ୍ୟ ପାଇଁ ଅନେକ ଲୋକ ତାଙ୍କୁ ପ୍ରଶଂସା ସହିତ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।



