ତାଳଚେର କେନ୍ଦ୍ରୀୟ ଗଣେଶ ପୂଜା କମିଟି ର ସାଧାରଣ ବୈଠକ ପୁରସ୍କାର ବିତରଣ ଉତ୍ସବ।।

ତାଳଚେର ୬/୮ ତାଳଚେର ର ପ୍ରସିଦ୍ଧ ଗଣେଶ ପୂଜା କେନ୍ଦ୍ରୀୟ କମିଟି ପକ୍ଷରୁ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଵଂ ଏହି ଅବସରରେ ଗତ ବର୍ଷର ପୁରସ୍କାର ବିତରଣ ଉତ୍ସବ ମଧ୍ଯ ସ୍ଥାନୀୟ ଦେଉଳ ବେଡା ସ୍ଥିତ ମଙ୍ଗଲମ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟି ର ସଭାପତି ତଥା ଉପଜିଲ୍ଲାପାଳଆଶିଷ ରଞ୍ଜନ ସାହୁ. ସଭାପତିତ୍ବ କରିଥିଲା ବେଳେ ଅନ୍ୟତମ ଅତିଥି ଭାବେ ନଗର ପାଳ ପବିତ୍ର ଭୂତିଆ,ସାଂସଦ ଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ଦାସ, ଡେପୁଟି କଲେକ୍ଟର ତାଳଚେର କେନ୍ଦ୍ରୀୟ କମିଟି ର ସାଧାରଣ ସମ୍ପାଦକ ଦିଲ୍ଲୀପ ପାଣି, କମିଟ ର ଉପସଭାପତି ଡ଼ଃ ରଶ୍ମି ରଞ୍ଜନ ମିଶ୍ର, ମଞ୍ଚ ପରିଚାଳନା କରିଥିଲେ ଏବଂ ଅନ୍ୟତମ ଉପସଭାପତି ପ୍ରକାଶ ମହାରଣା , ତାଳଚେର ଥାନା ଓ କୋଲିୟରି ଥାନା ର ଅଧିକାରୀ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ତେବେ ଗତବର୍ଷ ଗଣେଶ ପୂଜା ଲଡୁ ନିଲାମ ବେଳେ କିଛି ବିଶୃଙ୍ଖଳା ସୃଷ୍ଟି କାରଣରୁ ତତ୍କାଳୀନ ସଭାପତି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଫଳରେ କେନ୍ଦ୍ରୀୟ କମିଟି ଭାଙ୍ଗି ଯାଇଥିବାରୁ ସେଇଥିପାଇଁ ନୂତନ ସଭାପତି ଙ୍କୁ ଚୟନ କରାଯିବାକୁ ବିଭିନ୍ନ ପୁଜା କମିଟି ର ସଭାପତି ଓ ସମ୍ପାଦକ ପଖ୍ୟରୁ ଦାବୀ କରି ଅଡିବସିଥିଲେ ଫଳରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥି ସହିତ କୋଷାଧ୍ୟକ୍ଷ ରଞ୍ଜିତ ମହାପାତ୍ର ହିସାବ ଦେବା ବେଳେ ମଧ୍ଯ ହିସାବରେ ବିଭିନ୍ନ ପୁଜା କମିଟି ଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଥିଲେ।ଏଵଂ ଗତ ଥରର ପୁରସ୍କାର ବିତରଣ ରେ ବିଲମ୍ଭ ନେଇ ମଧ୍ଯ ଉପସ୍ଥିତ କମିଟିର କର୍ମକର୍ତା ମାନେ ହୋ ହାଲ୍ଲା କରିଥିଲେ ଏବଂ ପୁରସ୍କାର କୁ ନୂତନ କମିଟି ହାତରୁ ନେବାପାଇଁ ସମସ୍ତ କମିଟି ପକ୍ଷରୁ ଦାବୀ କରାଯାଇଥିଲା। ଏଥିରେ ଉପଜିଲ୍ଲାପାଳ ହସ୍ତକ୍ଷେପ ଫଳରେ ପରିସ୍ଥିତି ରେ ଶାନ୍ତି ଆସିଥିଲା। ଏଵଂ ନୂତନ କମିଟି ପରେ ଆଉ ଏକ ତାରିଖରେ ଅନୁଷ୍ଠିତ ହେବ ବୋଲି ପ୍ରତିଶ୍ରୁତି ଦେଇ ଥିଲେ।ଏଵଂ ଉପଜିଲ୍ଲାପାଳ ଓ ନଗର ପାଳ ପବିତ୍ର ଭୂତିଆ ଓ ପୁଲିସ ପ୍ରଶାସନ ପକ୍ଷରୁ ଗତ ଗଣେଶ ପୂଜା ର ଫଳାଫଳ ଗୁଡିକ କୃତକାର୍ଯ୍ୟ ହୋଇଥିବା ପୂଜା କମିଟି ଗୁଡିକୁ ପୁରସ୍କୃତ କରିଥଲେ। ତାଳଚେର ରେ ପୁଜା ପାଉଥିବା ପ୍ରସିଦ୍ଧ ଗଣେଶ ପୂଜା ଶତାଧିକ କମିଟି ର କ ବିଭାଗ ଓ ଖ ବିଭାଗ ରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା କମିଟି ଓ ସ୍ବଚ୍ଛତା ପାଇଁ ଶାନ୍ତି ଶୃଙ୍ଖଳା ପାଇଁ ମଧ୍ଯ କୃତକାର୍ଯ୍ୟ ହୋଇଥିବା କମିଟି କୁ ପୁରସ୍କୃତ କରାଯାଉଥିଲା। ମୂର୍ତ୍ତି କ ବିଭାଗ ରେ କାରିଗର ପଡ଼ା ଓ ଭସାଣୀ ରେ ମଧ୍ଯ କାରିଗର ପଡ଼ା ଗଣେଶ ପୂଜା କମିଟି ପୁରସ୍କୃତ ହୋଇଥିଲେ ସେହିପରି ସ୍ଵଚ୍ଛତାରେ ବାଉଳଛକ ପ୍ରଥମ ହୋଇଥିବା ଜଣାପଡ଼ିଛି । ଖ ବିଭାଗରେ ର ମୂର୍ତ୍ତି ସ୍ବଚ୍ଛତା ଭସାଣୀ ରେ କୃତକାର୍ଯ୍ୟ ହୋଇଥିବା କମିଟି ଗୁଡିକୁ ଅତିଥି ମାନେ ପୁରସ୍କୃତ କରିଥଲେ । ତାଳଚେର ରେ ପ୍ରସିଦ୍ଧ ଗଣେଶ ପୂଜା ପାଇଁ ରାଜ୍ୟରେ ନିଜର ନାଁ କୁ ବଜାୟ ରଖିଥିବା ବେଳେ ଚଳିତ ବର୍ଷ ମଧ୍ଯ ଆଗାମୀ ସେପ୍ଟେମ୍ବର ୧୪ତାରିଖରେ ହେବାକୁ ଥିବା ବେଳେ ପ୍ରତି କମିଟି ଗୁଡ଼ିକ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏଵଂ ଆଜି ପୁରସ୍କାର ପାଇବା ପରେ କମିଟି ଗୁଡିକ ପକ୍ଷରୁ ବାଣ ଫୁଟାଇ ସେଲିବ୍ରେଶନ ପାଳନ କରୁଥିବା ଜଣାପଡ଼ିଛି।।



