ବିଜେପି ନେତା ଓ ଙ୍କ ମାତୃ ବିୟୋଗ ରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ଶୋକ

ଅନୁଗୋଳ /ତାଳଚେର :ତା 9/8/2026: ଅନୁଗୋଳ ଜିଲ୍ଲାର ବରିଷ୍ଠ ବିଜେପି ନେତା କାଳନ୍ଦି ପ୍ରଧାନ ଙ୍କର ମାତା ସରସ୍ବତୀ ପ୍ରଧାନ ଙ୍କର 77 ବର୍ଷ ବୟସରେ ଶନିବାର ଦିନ ପରଲୋକ ଘଟିଛି |ସେହିଭଳି ଶିକ୍ଷା ବିକାଶ ସମିତି ଓଡିଶା ମଧ୍ୟ ସମ୍ଭାଗ ର ସଭାପତି ପରେଶ ଚନ୍ଦ୍ର ପଟ୍ଟନାୟକ ଙ୍କର ମାତା ସୁଷମା ପଟ୍ଟନାୟକଙ୍କ ୮୬ ବର୍ଷ ବୟସରେ ଶନିବାର ଦେହାନ୍ତ ହୋଇଛି |l ଶ୍ରୀମତୀ ସୁଷମା ପଟ୍ଟନାୟକ ତାଳଚେର ନାରୀକଲ୍ୟାଣ ସମିତିର ଦୀର୍ଘଦିନ ସାଧାରଣ ସମ୍ପାଦିକା ଦାୟିତ୍ୱରେ ରହି ନାରୀମଙ୍ଗଳ କାରୀ କାର୍ଯ୍ୟ ସହ ଅନେକ ସମାଜ ସେବା କରି ଯାଇଛନ୍ତି l ସେ ତାଳଚେର ମହାବିଦ୍ୟାଳୟ ଗଭର୍ଣ୍ଣିଙ୍ଗ ବଡ଼ିର ସଭ୍ୟା,ଉପଖଣ୍ଡ ସରକାରୀ ଚିକିତ୍ସାଳୟ ଆର.କେ.ଏସ.ର ସଭ୍ୟା ଭାବରେ ନିଜର ଦାୟିତ୍ୱ ତୁଲାଇଛନ୍ତି l
ଉଭୟଙ୍କ ବିୟୋଗରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି |ସେହିପରି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଅନୁରୂପ ଭାବେ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ଙ୍କୁ ଫୋନ ଯୋଗେଁ କଥାହୋଇ ସମବେଦନା ଜଣାଇଛନ୍ତି |ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲେଶ୍ୱର ପ୍ରଧାନ ଓ ପ୍ରତିମା ମିଶ୍ର, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି |ସଂଘ ର ବିଭୀଧ କ୍ଷେତ୍ରର କାର୍ଯ୍ୟକର୍ତା ମାନେ ବହୁ ସଂଖ୍ୟାରେ ଉଭୟଙ୍କ ବାସଭବନ ରେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ |



