ଗଞ୍ଜାମ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ କୃଷ୍ଣଚନ୍ଦ୍ର ପୋଲାଈ

ବ୍ରହ୍ମପୁର, ୧୦/୮ : ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହିତ ଜଡ଼ିତ ହୋଇ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ତଥା ଛାତ୍ର ନେତା ଭାବେ ସେ ନିଜର ସଂଗଠନାତ୍ମକ ଯାତ୍ରା ଆରମ୍ଭ କରିଥିଲେ ।
ଭାଟକୁମୁରଡ଼ା କଲେଜରୁ ନିଜର ଯୁକ୍ତଦୁଇ ଶିକ୍ଷା ସମାପ୍ତ କରିବା ପରେ, କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରୁ ଯୁକ୍ତ ତିନି ଶିକ୍ଷା ସମାପ୍ତ କରିଥିଲେ । ବର୍ତ୍ତମାନ ସେ ଗଞ୍ଜାମ ମହାବିଦ୍ୟାଳୟରେ ଆଇନ ଶିକ୍ଷା ଅଧ୍ୟୟନରତ ଅଛନ୍ତି । ଛାତ୍ର ଜୀବନରୁ ହିଁ ବିଦ୍ୟାର୍ଥୀ ପରିଷଦ ପରିବାର ସହିତ ଓତପ୍ରୋତ ଭାବେ ଜଡ଼ିତ ରହି ଜିଲ୍ଲା ସଂଯୋଜନା, ବିଭାଗ ସଂଯୋଜକ ଓ ରାଜ୍ୟ ବିକାଶର୍ଥେ ବିଦ୍ୟାର୍ଥୀ ଭଳି ଦାୟିତ୍ୱ ନିର୍ବାହ କରି ସଂଗଠନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଆସିଛନ୍ତି । ତାଙ୍କର ସୁଦକ୍ଷ ରଣନୀତି, ନେତୃତ୍ୱ ଦକ୍ଷତା ଓ କାର୍ଯ୍ୟଶୈଳୀ ତାଙ୍କୁ ସଂଗଠନରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ପୂର୍ବରୁ ଯୁବ ମୋର୍ଚ୍ଚାର ଜିଲ୍ଲା ସ୍ତରରେ ବିଭିନ୍ନ ଦାୟିତ୍ୱ ନିଷ୍ଠାର ସହିତ ତୁଲାଇବା ପରେ, ବର୍ତ୍ତମାନ ତାଙ୍କୁ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ଛାତ୍ର ଜୀବନରୁ ଆରମ୍ଭ ହୋଇଥିବା ଏହି ଅବିରତ ସଂଗଠନାତ୍ମକ ଯାତ୍ରା ଆଜି ଏକ ନୂଆ ଦାୟିତ୍ୱରେ ପହଞ୍ଚିଛି । ଆଗାମୀ ଦିନରେ ମଧ୍ୟ ତାଙ୍କର ନେତୃତ୍ୱ ଓ ସଂଗଠନ ପ୍ରତି ସମର୍ପଣ ଗଞ୍ଜାମ ଜିଲ୍ଲାର ଯୁବ ସମାଜ ପାଇଁ ପ୍ରେରଣା ହେଉ ଯୁବ ସମାଜ ପାଇଁ ଅବିରତ ସଂଗଠନର ଯାତ୍ରାରେ ନୂତନ ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଁ ସେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ,ଜିଲ୍ଲା ବିଜେପି ସଭାପତି ସରୋଜ ସାବତଙ୍କୁ ଧନ୍ୟବାଦ ଦେଇଛନ୍ତି ଏହା ସହିତ ମାନ୍ୟବର ବାଣିଜ୍ୟ, ପରିବହନ , ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଛତ୍ରପୁର ବିଧାୟକ କୃଷ୍ଣ ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ଣପୁର ବିଧାୟକ କେ. ଅନିଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଓ ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ତୁତୁନ ପାତ୍ରଙ୍କୁ ଧନ୍ୟବାଦ ଦେବା ସହ ଏହି ଦାୟିତ୍ୱ ପାଇଁ ତାଙ୍କୁ ଉପଯୁକ୍ତ ଭାବିଥିବାରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୋମନାଥ ପାତ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।



