ଅହୋରାତ୍ର ଗଣ ଧାରଣା ତୃତୀୟ ଦିନରେ, ଛଦେଶ ବିକାଶ ପରିଷଦର ଦଶଦଫା ଦାବି, ଆପ୍ ର ସମର୍ଥନ
ଢେଙ୍କାନାଳ ସଦର : ଛଦେଶ ବିକାଶ ପରିଷଦର ପକ୍ଷରୁ ଦଶଦଫା ଦାବି ନେଇ ଅହୋରାତ୍ର ଗଣ ଧାରଣା ତୃତୀୟ ଦିନରେ ପହଞ୍ଚିଲା। ଦୀର୍ଘ ବର୍ଷ ଧରି ଛଦେଶ ଅଞ୍ଚଳର ବିକାଶ ପାଇଁ ଏହି ଦାବି କରିଆସୁଛନ୍ତି। ମଙ୍ଗଳବାର ତୃତୀୟ ଦିନ ଧାରଣାରେ ଆଜି ଘଟିପିରି ପଂଚାୟତର ତଥା ଆମ୍ ଆଦମୀ ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଯୋଗଦେଇ ମୂଖ୍ୟ ଦାବୀ ଗୁଡିକ ମଧ୍ୟରୁ ଛଦେଶକୁ ଏକ ବ୍ଳକ ଗଠନ ପାଇଁ ଦାବୀ କରିଥଲେ। ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭାପୁର ଫାଣ୍ଡି ଥାନା ନହୋଇପରିବା ପୂର୍ବ ବିଜେଡି ଓ ଏବେର ବିଜେପି ସରକାର ଦାୟୀ ବୋଲି କହିଥିଲେ। ଛଦେଶ ବିକାଶ ପରିଷଦ ଅଞ୍ଚଳର ପ୍ରତି ଗ୍ରାମରୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ଏହି ସଙ୍ଗଠନରେ ସାମିଲ୍ କରାଯାଇ କାର୍ଯ୍ୟକାରୀଣୀ କମିଟି ପୁନର୍ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଅଗଷ୍ଟ ୧୫ ତାରିଖ ଭିତରେ ସରକାର ୧୦ ଦଫା ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନନେଲେ ପରବର୍ତ୍ତୀ ବୈଠକ ବସି ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଥିଲା। ଆଜିର ଗଣଧାରଣା ରେ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ଆନ୍ଦୋଳନକୁ ସମର୍ଥନ ଦେବା ସହିତ ଦାବିପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହୁ ବୋଲି ଉପସ୍ଥିତ କ୍ରାନ୍ତିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଗଣଧାରଣାରେ ଆପ୍ ର ଜିଲ୍ଲା ସଭାପତି ପଙ୍କଜ କୁମାର ନାୟକ ଯୋଗଦେଇ ଛଦେଶର ୧୦ ଦଫା ଦାବି ଉଲ୍ଲେଖ କରି ଶୀଘ୍ର ଏଗୁଡ଼ିକୁ ପୂରଣ କରିବା ପାଇଁ ସରକାର ତଥା ପ୍ରଶାସନକୁ ଅନୁରୋଧ କରିଥଲେ ଏବଂ ଛଦେଶବାସୀଙ୍କ ଏହି ଯୁକ୍ତିଯୁକ୍ତ ଦାବି ଗୁଡିକ ପ୍ରତି ଆମ୍ ଆଦମୀ ପାର୍ଟିର ସମର୍ଥନ ଅଛି ଓ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପାର୍ଟିର ବରିଷ୍ଠ ସଦସ୍ୟ ଜିତେନ୍ଦ୍ର ବେହେରା ଛଦେଶର ଏହି ଦାବିଗୁଡ଼ିକ ପୂରଣ ପାଇଁ ଦଳୀୟ ସ୍ଵାର୍ଥରୁ ଉପରକୁ ଉଠି ସମସ୍ତ ଛଦେଶବାସି ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଥଲେ। ଦଳର ବରିଷ୍ଠ ସଦସ୍ୟ ଭରତ କୁମାର ଦାସ ଯୋଗଦେଇ ଛଦେଶରେ ବହିଯାଉଥିବା ସାପୁଆ ନଦୀର ପୁନରୁଦ୍ଧାର,ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା ଓ ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଥିଲେ। ଗୋବିନ୍ଦପ୍ରସାଦ ପଂଚାୟତ ରାଣୀପାଳ ଗ୍ରାମର ଦୀପକ ନାୟକ କହିଥିଲେ ୫୦ ବର୍ଷ ତଳେ ଛଦେଶ ଅଞ୍ଚଳ ଯାହା ଥିଲା ଏବେ ବି ସେଇଆ ଅଛି, ସେମିତି କିଛି ବିକାଶ ହୋଇନାହିଁ । ସମସ୍ତ ଛଦେଶବାସି ଏକ ହୋଇ ଲଢେଇ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥଲେ।



