ବ୍ରିଜ ତଳକୁ ଖସି ଜଣେ ମୃତ

ଜେ ବି ଏନ, ୨୦/୧୨/୨୦୨୦, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଟକିରା ନଦୀ ଉପରେ ଦୁର୍ଘଟଣା। ବ୍ରିଜ୍ ତଳକୁ ଖସି ପଡି ଜଣଙ୍କ ମୃତ୍ୟୁ ।ସୂଚନାରୁ ପ୍ରକାଶ ଯେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି କର୍ଣ୍ଣପାଳ ଗ୍ରାମର ଆର୍ତ୍ତ ନାଏକ। ତେବେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି l



