କଙ୍କାଳୁ ସରକାରୀ ବିଦ୍ୟାଳୟରେ ସି, ଆର, ଏମ, ତରଫରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ l
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଟାଟାଷ୍ଟିଲ ସି ଆର ଏମ କମ୍ପାନୀ ତରଫରୁ କଙ୍କାଳୁ ସରକାରୀ ବିଦ୍ୟାଳୟ ରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ସି ଏସ ଆର ର ଏଜୁକେସନ ହେଡ଼ ଶ୍ରୀଯୁକ୍ତ ସର୍ବେଶ୍ୱର ନାଥ,ସି ଆର ଏମ ର ହେଡ଼ ଶ୍ରୀ ପ୍ରଭାକର ବିଜାଙ୍କି, ଶ୍ରୀ ଦିଲ୍ଲୀପ ପରିଡା, ସଂଜୀବ ଗୋସ୍ବାମି, କୁମାର ନିବେଶ, ଚନ୍ଦନ ସିଂ, ସେର ସିଂ, ରାହୁଲ ସିଂ, ପ୍ରମାନନ୍ଦ ପଣ୍ଡା, ଓ ଅନ୍ୟ କର୍ମଚାରୀ ଯୋଗଦେଇ ଛାତ୍ର ଛାତ୍ରୀ ମଧ୍ୟରେ କିପରି ଭାବରେ ବୃଦ୍ଧି ପାଇବାପାଇଁ ଉଦବୋଧନ ଦେଇଥିଲେ l ଏବଂ କମ୍ପାନୀ ତରଫରୁ ବିଦ୍ୟାଳୟକୁ ତିରିଶ ଗୋଟି ଗଛ ସହିତ ଗୋଟିଏ ସାଉଣ୍ଡ ସେଟ ପ୍ରଦାନ କରିଥିଲେ l ଓ ଆଗକୁ ଆହୁରି ପିଲା ମାନଙ୍କୁ ବିଭିନ୍ନ ଦକ୍ଷତା ମୂଳକ ସାମଗ୍ରୀ ଯୋଗାଇଦେବାପାଇଁ ପ୍ରତିଶୃତି ଦେଇଥିଲେ l ଓ ପିଲାମାନଙ୍କ ଦ୍ୱାରା ମି୍ୟୁଜିକ ଚେୟାର ସହିତ ଓଡ଼ିଶୀ ନୁର୍ତ୍ୟ କାର୍ଯ୍ୟକ୍ରମ କରାଯାଇଥିଲା l ସି ଆର ଏମ ହେଡ଼ ପ୍ରଭାକର ବିଜାଙ୍କି କିଭଳି ଭାବରେ ଛାତ୍ର ଛାତ୍ରୀ ମାନେ ଆଗକୁ ସୁନ୍ଦର ଭବିଷ୍ୟତ ସହ ବିଦ୍ୟାଳୟ ର ନାମ ଏବଂ କଙ୍କାଳୁ ଗ୍ରାମକୁ ନୂଆ ରୂପରେ ସ୍ୱଚ୍ଛତା ଅଣାଯାଇ ପାରିବା ସହିତ ବିଦ୍ୟାଳୟଟି ପରିଷ୍କାର ପାରିଛନତା ସହିତ ସବୁଜ ସୁନ୍ଦର ହୋଇପାରିବ ସେ ବିଷୟରେ ବକୃତା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମେନକା ଗଡ଼ନାୟକ, ଶ୍ରୀମତୀ ସୁଜାତା ପତି, ଶ୍ରୀଯୁକ୍ତ ବିଶ୍ୱ ରଞ୍ଜନ ମାଝୀ, ବିଷ୍ନୁପ୍ରିୟା ରାଉତ, ଅଲ୍ଲୀ ଭୋଇ,ଯୋଗ ଦେଇଥିଲେ l ଏବଂ ସଭା ଶେଷରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ନାଏକ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ କରିଥିଲେ l ହିନ୍ଦୋଳ ରୁ ପ୍ରଶାନ୍ତ କୁମାର ନାଏକ ଙ୍କ ରିପୋର୍ଟ କଳିଙ୍ଗ 24ନିଉଜ l



