ମମତା ପକ୍ଷରୁ High-Risk Pregnancy ଉପରେ ପ୍ରଶିକ୍ଷଣ।
ଧର୍ମଗଡ଼ (ଜାଗ୍ରତ ଭାରତ)
ମମତା ସ୍ଵେଛାସେବି ଅନୁଷ୍ଠାନ ଦ୍ୱାରା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧିନସ୍ତ ପର୍ଲା ଗ୍ରାମ ପଞ୍ଚାୟତ ର ସଭାଗୃହ ଠାରେ ହାଇ ରିସ୍କ ପ୍ରେଗ୍ନନ୍ସିଜ ଉପରେ ପ୍ରଶିକ୍ଷଣ କାର୍ଯକ୍ରମ ଆୟୋଜିତ କରାଯାଇଛି।
ବିଶେଷକରି ଗ୍ରାମାଞ୍ଚଳ ରେ କିଭଳି ଗର୍ଭବତୀ ମା ମାନେ ତାଙ୍କର ହାଇ ରିସ୍କ୍ ପ୍ରେଗ୍ନନ୍ସିସ ବିଷୟରେ ଜାଣିପାରିବେ ସେ ବିଷୟରେ ANM ଏବଂ CHOs ମାନଙ୍କୁ ଏକ ଦିବସୀୟ ପ୍ରଶିକ୍ଷଣ ଦିଆଯାଇଥିଲା । ହାଇ ରୀସ୍କ ପ୍ରେହ୍ନନ୍ସିଜ କଣ ପାଇଁ ହୁଏ, ଏହାର କାରଣ କଣ, କେମିତି ଏହାକୁ ଆମେ ଚିହ୍ନଟ କରିପାରିବା, ଚିହ୍ନଟ ପରେ କିପରି ଡକ୍ଟର ଙ୍କ ର ସହାୟତା ନେବା ସେ ବିଷୟ ରେ ସମସ୍ତଙ୍କୁ ଶିକ୍ଷା ଦିଆଯାଇଥିଲା। ଏହି ଶିକ୍ଷା କୁ ସେ ଯେମିତି ସମସ୍ତ ଗର୍ଭବତୀ ମା ମାନଙ୍କୁ ଜଣାଇବେ ସେ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି BPM ଦୀପକ କୁମାର ବେହେରା, ସମ୍ମାନିତ ଅତିଥି ଭାବେ PHEO ଚିଦାନନ୍ଦ ପଣ୍ଡା ଯୋଗ ଦେଇଥିଲେ। ଏହି କାର୍ଯକ୍ରମ ରେ ମିଷ୍ଟର ଦେବଦତ୍ତ ପଣ୍ଡା ସମସ୍ତ ହିତାଧକାରୀଙ୍କୁ ପ୍ରଶିକ୍ଷିତ କରିଥିଲେ। ଏହି କାର୍ଯକ୍ରମ କୁ ଜିଲ୍ଲା ସଂଯୋଜିକା ବର୍ଷାରାଣୀ ଦାଶ ସମେତ ମମତା ର ସମସ୍ତ କର୍ମକର୍ତ୍ତା ମାନେ ମିଶିକି ପରିଚାଳନା କରିଥିଲେ।



