ଭିସା ମିଳିବାରେ ବିଳମ୍ବ ଯୋଗୁଁ ବିଶ୍ଵପ୍ରସିଦ୍ଧ ଆମେରିକାର ହାଭାର୍ଡ ବିଶ୍ଵବିଦ୍ୟାଳୟରେ ନାମ ଲେଖାରେ ବାଦ ଆଶଙ୍କା
ଯାଜପୁର __ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ରଣପୁର ପଞ୍ଚାୟତର କଣ୍ଟିପୁର ଗ୍ରାମର ଅଭୟ କୁମାର ସାମଲଙ୍କ ପୁତ୍ର ଅମଲାନ ବିଭୁଦତ୍ତ ବିଶ୍ଵପ୍ରସିଦ୍ଧ ଆମେରିକାର ହାଭାର୍ଡ ବିଶ୍ଵବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ନୀତି ସ୍ନାତକୋତ୍ତର ପାଠ୍ୟକ୍ରମ ରେ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। କିନ୍ତୁ ଉଲ୍ଲେଖନୀୟ ଯେ ସାରା ବିଶ୍ବରୁ ପ୍ରାୟ ୩୦ ଦେଶରୁ ୮୦ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ସେ ଓଡ଼ିଶାରୁ ଏହି ପାଠ୍ୟକ୍ରମରେ ପଡିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।ଏହି ପାଠ୍ୟକ୍ରମରେ ପଡିବା ପାଇଁ ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟ କରିବାକୁ ପଡେ।ସେ ବହୁ କଷ୍ଟ କରି ଏହି ଟଙ୍କା ଲୋନ କରି ଯୋଗାଡ଼ କରାଇଥିଲେ। କିନ୍ତୁ ଭିସା ମିଳିବାରେ ଅହେତୁକ ବିଳମ୍ବ ଯୋଗୁଁ ସେ ଆମେରିକାର ହାଭାର୍ଡ ବିଶ୍ଵବିଦ୍ୟାଳୟକୁ ଯାଇପାରୁ ନାହାନ୍ତି।ସେ ପାଠ୍ୟକ୍ରମରେ ଯୋଗ ଦେବାପାଇଁ ଅଗଷ୍ଟ ମାସର ପ୍ରଥମାର୍ଦ୍ଧରେ ଯାଇଥାନ୍ତେ। କିନ୍ତୁ ସେ ଆଶଙ୍କା କରୁଛନ୍ତି ଯଦି ଭିସା ମିଳିବାରେ ବିଳମ୍ବ ହେବ ସେ ନାମ ଲେଖାରେ ବାଦ ପଡିପାରନ୍ତି। ଏଥିପାଇଁ ସେ କିପରି ଭିସା ଶିଘ୍ର ମିଳିପାରିବ ସରକାର ଙ୍କ ପାଖରେ ଅନୁରୋଧ କରିଛନ୍ତି।ଏହି ଅଫର ଜିବନରେ ଥରେ ଆସେ



