ଆଲୋକମାଳାରେ ଝଲସୁଛି ଢେଙ୍କାନାଳ ସହର, ସ୍ୱାଧୀନତା ଦିବସ ପାଇଁ ସଜେଇ ହେଲା ସହର

ଢେଙ୍କାନାଳ: ଆସନ୍ତା ୧୫ ଅଗଷ୍ଟ ୮୦ତମ ସ୍ୱାଧୀନତା ଦିବସ ପାଳନକୁ ନେଇ ଢେଙ୍କାନାଳ ସହର ଉତ୍ସବମୁଖର ହୋଇଉଠିଛି। ସହରର ବିଭିନ୍ନ ପ୍ରମୁଖ ସ୍ଥାନ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି।
ସ୍ୱାଧୀନତା ଦିବସର ଦେଶପ୍ରେମର ଭାବନାକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ଢେଙ୍କାନାଳ ପୌରପାଳିକା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସାଜସଜ୍ଜା କରାଯାଇଛି। ସନ୍ଧ୍ୟା ହେବା ପରେ ରଙ୍ଗବେରଙ୍ଗ ଆଲୋକରେ ସହରର ସରକାରୀ କାର୍ଯ୍ୟାଳୟଗୁଡ଼ିକ ଝଲସି ଉଠୁଥିବା ବେଳେ ଏହା ସହରବାସୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।
ପୌର ନିର୍ବାହୀ ଅଧିକାରୀ ଅଶ୍ୱିନ କୁମାର ଦାସଙ୍କ ତତ୍ତ୍ୱାବଧାନରେ ସହରରେ ଏହି ସ୍ୱାଧୀନତା ଦିବସ ସାଜସଜ୍ଜା କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଲୋକମାଳାରେ ସଜିଥିବା ଢେଙ୍କାନାଳ ସହର ଏବେ ଦେଶପ୍ରେମର ରଙ୍ଗରେ ରଙ୍ଗୀନ ହୋଇଥିବା ଦୃଶ୍ୟ ସୃଷ୍ଟି କରୁଛି।
ଜୟ ହିନ୍ଦ୍ 🇮🇳 | ବନ୍ଦେ ମାତରମ୍ 🇮🇳




