ମନ୍ମଥ ଧଳ ଡିଗ୍ରୀ କଲେଜରେ ସ୍ବାଧୀନତା ଦିବସ ଅବସରରେ ବୈଦ୍ଧିକ ଆଲୋଚନା ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ

ଯାଜପୁର _ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରିପଟା ଠାରେ ଥିବା ବିଶିଷ୍ଟ ସମାଜସେବୀ ତଥା ପରୋପକାରୀ ସ୍ବର୍ଗତ ମନ୍ମଥ ଧଳଙ୍କ ନାମରେ ସ୍ଥାପିତ ହୋଇଥିବା ମନ୍ମଥ ଧଳ ଡିଗ୍ରୀ କଲେଜରେ ଆଜି ୮୦ ତମ ସ୍ବାଧିନତା ଦିବସ ଉପଲକ୍ଷେ ବୈଦ୍ଧିକ ଆଲୋଚନା ଓ ସମ୍ବର୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସୁ ଲେଖକ ମହେନ୍ଦ୍ର କୁମାର ମଲ୍ଲୀକ, ମୁଖ୍ୟ ବକ୍ତା ଭାବେ ଡଃ ପ୍ରଦୀପ୍ତ କୁମାର ବାରିକ, ସମ୍ମାନିତ ଅତିଥି ଭାବେ ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ପଦ୍ମାକର ଗୁରୁ, ଶିକ୍ଷାବିତ ସୁଶାନ୍ତ କୁମାର ନାୟକ, ପରିଚାଳନା କମିଟିର ସଂପାଦକ ବିଜୟ କୁମାର ଧଳ, ସଭାପତି ପରମେଶ୍ଵର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେଶର ୮୦ ତମ ସ୍ବାଧିନତା ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଶିକ୍ଷାବିତ ଶରତ ଚନ୍ଦ୍ର ନାୟକ, ଶିକ୍ଷାବିତ ସୁରେନ୍ଦ୍ର ରାଉତ, ସମାଜସେବୀ ବଡ଼ଚଣାର ରମେଶଚନ୍ଦ୍ର ବରାଳ, ଅନୁଷ୍ଠାନ ର କୃତ୍ତି ଛାତ୍ରୀ ସୁଦମିଶା ଦାଶ, ବିଶିଷ୍ଟ ସମାଜସେବୀ ପଦ୍ମାକର ଗୁରୁ ପ୍ରମୁଖଙ୍କୁ ଅତିଥି ମାନେ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭା ପୃର୍ବରୁ ଅତିଥି ମାନେ ଜାତୀୟ ପତାକା ଉତ୍ତୋଳନ କରିବାପରେ ସଭା ଗୃହରେ ଠାକୁରଙ୍କ ପାଖରେ ଦୀପ ପ୍ରଜ୍ବଳନ ସହିତ ସଭା ଉଦ୍ଘାଟନ କରିଥିଲେ। ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରାଧ୍ୟାପକ ନିରାକାର ନାୟକ




