ହେଡ୍ଲାଇନ୍: ବନ୍ୟା ବିପନ୍ନଙ୍କ ପାଖକୁ ଗଲା ସହାୟତା: ଲୋକଭବନରୁ ୪ ଜିଲ୍ଲାକୁ ରେଡକ୍ରସ ରିଲିଫ୍ ଗାଡ଼ି ଗଡ଼ାଇଲେ ରାଜ୍ୟପାଳ
ଭୁବନେଶ୍ୱର:
ରାଜ୍ୟର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପାଇଁ ଆଗେଇ ଆସିଛି ଭାରତୀୟ ରେଡକ୍ରସ ସୋସାଇଟି। ମଙ୍ଗଳବାର ଲୋକଭବନରୁ ଏକାସାଙ୍ଗରେ ୪ଟି ପ୍ରମୁଖ ବନ୍ୟା ପ୍ରଭାବିତ ଜିଲ୍ଲା—ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ପାଇଁ ରିଲିଫ୍ ସାମଗ୍ରୀ ପଠାଇଛନ୍ତି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି।
ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ପୌଷ୍ଟିକ ଶୁଖିଲା ଖାଦ୍ୟ ଓ ତାରପୋଲିନ୍ ବ୍ୟବସ୍ଥା କରାଯାଇଛି। କେବଳ ସାହାଯ୍ୟ ପଠାଇନାହାନ୍ତି, ବରଂ ଯୁବପିଢ଼ି ଓ ସ୍ୱେଚ୍ଛାସେବୀଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟପାଳ—”ବିପତ୍ତି ସମୟରେ ଆଗେଇ ଆସ, ମାନବିକତାର ହାତ ବଢ଼ାଅ।” ଏହି ଅବସରରେ ରେଡକ୍ରସର ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସେବା କାର୍ଯ୍ୟର ରୂପରେଖ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।

August 19, 2026/
No Comments


