ଜାନୁଆରୀ ତିନି ରୁ ଖୋଲିବ ମା ସାରଳା ଓ ଗୋରେଖନାଥ ମନ୍ଦିର
(ଜେ ବି ଏନ/ଜ୍ୟୋତି ରଞ୍ଜନ ପରିଡା) ୨୧/୧୨ /୨୦୨୦ ଜଗତସିଂହପୁର : ଜ଼ିଲ୍ଲା ରେ କରୋନା ମାର୍ଗଦର୍ଶିକା କଡା କଡୀ ପାଳନ କରାଯାଇ ଜାନୁଆରୀ ତିନି ତାରିଖ ରୁ ଜଗତସିଂହପୁର ଜ଼ିଲ୍ଲା ର ପ୍ରସିଦ୍ଧ ମା ସାରଳା ଓ ଗୋରେଖନାଥ ମନ୍ଦିର ଖୋଲାଯିବା କୁ ଜ଼ିଲ୍ଲା ପ୍ରଶାସନ ନିଷ୍ପତି ଗ୍ରହଣ କରିଛି । ଏହି ମନ୍ଦିର ରେ ପ୍ରତ୍ୟେକ ଦିନ ସକାଳ ୮ ଟା ରୁ ବାରଟା ପର୍ଯ୍ୟନ୍ତ ଭକ୍ତ ମାନେ ଦର୍ଶନ କରିବାର ସୁଯୋଗ ପାଇବେ । 65 ବର୍ଷ ରୁ ଉର୍ଦ୍ଧ ଦଶ ବର୍ଷରୁ କମ ବୟସର ବ୍ୟକ୍ତିମାନଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ ।
ପଣ୍ଡା, ସେବାୟତ ମାନଙ୍କ ନିମନ୍ତେ ଏହି ନିୟମ କଡା କଡ଼ି ଲାଗୁ ହେବା। ସହିତ କରୋନା ଟେଷ୍ଟ କରାଯିବ । ପ୍ରତେକ ବ୍ୟକ୍ତି ମାନଙ୍କ ନିମନ୍ତେ ପରିଚୟପତ୍ର ମାକ୍ସ, ସାନିଟାଇଜର , ସାମାଜିକ ଦୂରତା ବାଧ୍ୟତା ମୂଳକ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଉପଲକ୍ଷେ ଜ଼ିଲ୍ଲାପାଳ ସରୋଜ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଅତିରିକ୍ତ ଜ଼ିଲ୍ଲାପାଳ ରାଜସ୍ବ ଚିନ୍ମୟୀ ବିଶ୍ୱାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣଚନ୍ଦ୍ର ପ୍ରଧାନ , ସି. ଡି. ପି. ଓ ବିଜୟା ପଣ୍ଡା , ଡା- ବସନ୍ତ ବାରିକ, ରଘୁନାଥପୁର ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ ।




