କଟକ ସିଡିଏମଓ କାର୍ଯ୍ୟାଳୟ ରେ ସରକାରଙ୍କ ବଦଳି ନିୟମକୁ ଫୁ…..
………………………………….
କଟକ 19.08 କଟକ ସିଡିଏମଓ ଙ୍କ କାର୍ଯ୍ୟାଳୟରେ ବଦଳି ନିୟମକୁ କଡାକଡି ଭାବରେ ପାଳନ କରାଯାଉନାହିଁ । ବର୍ଷ ବର୍ଷ ଧରି ଏକାଧିକ କର୍ମଚାରୀ ଗାଦି ମାଡି ବସିଛନ୍ତି । କିଏ 10 ଵର୍ଷ ତ ପୁଣି କିଏ 12 ବର୍ଷ, ଆଉ ପୁଣି କିଏ ତା ଠାରୁ ମଧ୍ୟ ଅଧିକ ଦିନ ହେଵ ସିଡିଏମଓ କାର୍ଯ୍ୟାଳୟ ରେ ରହିଛନ୍ତି। ୩ ବର୍ଷରେ ଥରେ ଵଦଳି ହେବାର ନିୟମ ରହିଥିଲେ ମଧ୍ୟ ପ୍ରଭାବଶାଳୀ ବ୍ୟକ୍ତି ଉଚ୍ଚ ସରକାରୀ ଅଧିକାରୀଙ୍କୁ ହାତ କରି ବର୍ଷ ବର୍ଷ ଧରି ଏହି କର୍ମଚାରୀ ରହିଛନ୍ତି.ଯାହାକୁ ନେଇ ଓଡିଶା ଜନ ଅଧିକାର ପରିଷଦ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ତୁରନ୍ତ ବଦଳି ନିୟମକୁ କଡାକଡି କାର୍ଯ୍ୟକାରୀ କରିବା ସହ ଯେଉଁମାନେ ଦିର୍ଘବର୍ଷ ହେବ ରହିଛନ୍ତି ତାଙ୍କର ବଦଳି ପାଇଁ ଆଜି ବିଧିବଦ୍ଧ ଭାବରେ ପରିଷଦ କଟକ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଦାବିପତ୍ର ଦେବା ସହିତ ବିକ୍ଷୋଭ ପଦର୍ଶନ କରିଛି.
ପରିଷଦ ଲିଖିତ ଭାବରେ ଦର୍ଶାଇଛି,ଯେ ଏହି କାର୍ଯ୍ୟାଳୟରେ କ୍ଲିନିକାଲ ଏଷ୍ଟାବି୍ଲସମେଣ୍ଟ ସେକ୍ସନ ର ସିନିଅର ଆସିଷ୍ଟାଣ୍ଟ ଅଜିତ କୁମାର ମହାରଣା 2012ରୁ ଦିର୍ଘ ୧୪ ବର୍ଷ ହେବ ଗୋଟିଏ ପଦବୀରେ ରହିଛନ୍ତି।ତାଙ୍କ କାମ ହେଉଛି କଟକ ଜିଲ୍ଲାରେ ଥିବା ବିଭିନ୍ନ ହସ୍ପିଟାଲ ଲାବୋରେଟୋରୀ, ଅଲଟ୍ରା ସାଉଣ୍ଡ କ୍ଲିନିକରେ ଲାଇସେନ୍ସ ବାବଦ କାମ ତଦାରଖ କରିବା। କାହାକୁ ଲାଇସେନ୍ସ ମିଳିବ,କାହାକୁ ମିଳିବ ନାହିଁ କାହାର କଣ କାଗଜପତ୍ର ଆବଶ୍ୟକ ଏ ସବୁ ବାବଦ କାମ ସେ ତଦାରଖ କରନ୍ତି।ଏହି କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ର ଅଭିଯୋଗ ମହାରଣାଙ୍କ ନାମରେ ଅନେକବାର ଆସିଛି.13ଜୁନ 2024 ରେ ତାଙ୍କର ବଦଳି କରାଯାଇଥିଲା ତେବେ ମାତ୍ର 9 ମାସ ମଧ୍ୟରେ 20ମାର୍ଚ୍ଚ 2025 ରେ ପୁଣି ସେ ସେହି ସ୍ଥାନକୁ ଫେରି ଆସିଲେ। ସେହିପରି ଅମୀତ କୁମାର ଦାସ ଅକ୍ଷୟ କୁମାର
ବେଉରା ପଙ୍କଜ ମାହାଳି ରମାକାନ୍ତ ନନ୍ଦ ୧0ବର୍ଷ ରୁ ଉର୍ଦ୍ଧ ସମୟ ହେବ ଗାଦିମାଡି ବସିଛନ୍ତି। ପରିଷଦ ପ୍ରଶ୍ନ ଉଠାଇଛି କାହା ଛତ୍ର ଛାୟାରେ ଏହି ସରକାରୀ ବାବୁମାନେ ଏତେ ବର୍ଷ ଏଠି ଅଛନ୍ତି । କଟକ ଜିଲ୍ଲାରେ ସିଡିଏମଓ ଏଡିଏମ୍ଓ ଙ୍କ ବଦଳି ହେଉଛି ଏପରିକି ଅନ୍ୟ ସାଧାରଣ କର୍ମଚାରୀଙ୍କ ବଦଳି ମଧ୍ୟ ସୁବିଧା ମୁତାବକ ହୋଇଥିବାବେଳେ ଏହି କର୍ମଚାରୀ ମାନଙ୍କୁ ସୁରକ୍ଷା ଦେଉଛି କିଏ। କାହିଁକି ଏମାନଙ୍କ ଵଦଳି ହେଉନାହିଁ, ସରକାରୀ ନିୟମକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ. ଗତ ୨୨ ମେ ୨୦୨୬ ର ସାଧାରଣ ପ୍ରଶାସନ ବିଭାଗର ଏ ବିଜ୍ଞପ୍ତି ମୁତାବକ ସରକାରୀ କର୍ମଚାରୀଙ୍କ ପାଇଁ ବଦଳିର ନିୟମ କଣ ହେବ ସେ ବାବଦରେ ଉଲ୍ଲେଖ କରାଯାଇଛି । ଏଥିରେ ସମସ୍ତ ବିଭାଗ ସହ , ବିଭାଗୀୟ ମୁଖ୍ୟ, ସମସ୍ତ ଆରଡିସି, ଜିଲ୍ଲାପାଳଙ୍କୁ ଚିଠି ରେ ଲେଖାଯାଇଛି କୈଣସି ସରକାରୀ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷ ଏବଂ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ରହିପାରିବ ନାହିଁ। ତେବେ କାହିଁକି କାହା ଚାପ ରେ ସିଡିଏମଓ ଏହାକୁ ପାଳନ କରୁନାହାନ୍ତି. ଯଦି ଜିଲ୍ଲାପାଳ ଏଦିଗରେ ବିହିତ ପଦକ୍ଷେପ ନ ନିୟନ୍ତୀ ତେବେ ଆଗାମୀ ଦିନରେ ପରିଷଦ ପକ୍ଷ ରୁ ସିଡିଏମଓ ଅଫିସ ଘେରାଉ ସାଙ୍ଗକୁ ଅନସନ କରାଯିବ ବୋଲି ପରିଷଦ ର ସଭାପତି ଡ଼ ଦୀପାୟନ ପଟ୍ଟନାୟକ ଗଣମାଧ୍ୟମ କୁ ଜଣାଇଛନ୍ତି.ଏହି ଲିଖିତ ଦାବିର ଏକକ ନକଲ ଆରଡିସି ସିଡିଏମଓ,ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଙ୍କୁ ପ୍ରଦାନ କରାଯାଇଛି.ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପରିଷଦ ର ଆବାହକ ଦିପେଶ ମହାପାତ୍ର ଜୟଦେବ ସାହୁ, ପ୍ରଶାନ୍ତ କୁମାର ରାଉତ,ରବୀନ୍ଦ୍ର ସାହୁ,ସୁଜିତ କୁମାର ସାହୁ ଆଇନଜୀବୀ ବିଜୟ ଜେନା, ସ୍ନେହାଶିଷ ଦାସ, ସୌମ୍ୟ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ.



