ରଜିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରେ ତାଲା ପକାଇଲେ ଅଭିଭାବକ
କେନ୍ଦୁଝର ଜିଲ୍ଲା ରଜିଆ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ମାନେ ପକେଇଲେ ତାଲା। ବିଦ୍ୟାଳୟ ରେ ନାହାନ୍ତି ଆବଶ୍ୟକ ଶିକ୍ଷକ। ଶିକ୍ଷକ ପଦବୀ ପୂରଣ ଦାବୀରେ ସ୍କୁଲ ବାହାରେ ତାଲା ପକାଇଲେ ଅଭିଭାବକ। ଚମ୍ପୁଆ ବ୍ଲକ ଦୋଳିତା ସ୍ଥିତ ରଜିଆ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାରେ ଆଜି ଚାବି ପକାଇଛନ୍ତି ଅଭିଭାବକ । ଏହି ବିଦ୍ୟାଳୟ ରେ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏଁ ୨୫୯ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ବିଦ୍ୟାଳୟ ରେ ମାତ୍ର ୪ ଜଣ ଶିକ୍ଷକ ରହିଛନ୍ତି। ଷଷ୍ଠ ସପ୍ତମ ଅଷ୍ଟମ ଶ୍ରେଣୀ ପାଇଁ ଜଣେ ହେଲେ ଶିକ୍ଷକ ନିଯୁକ୍ତି ହୋଇନଥିବା ବେଳେ ନବମ ଦଶମ ଶ୍ରେଣୀ ପାଇଁ ମାତ୍ର ଚାରିଜଣ ଶିକ୍ଷକ ଅଛନ୍ତି। ପିଇଟି, ଓ ହିନ୍ଦୀ ଶିକ୍ଷକ ପଦବୀ ଦୀର୍ଘ ଦିନ ଧରି ଖାଲି ପଡ଼ିଛି। ଏହାସହିତ ବିଦ୍ୟାଳୟ ର ଗଣିତ ଶିକ୍ଷକ ଙ୍କୁ ଦୁଇମାସ ରୁ ଅଧିକ ହେବ ଏସଆର ଡ୍ୟୁଟି ଦିଆଯାଇଥିବାରୁ ଦୁଇମାସ ହେବ ସେ ସ୍କୁଲ ଆସୁନଥିବା ରୁ ଦୁଇମାସ ହେବ ସ୍କୁଲ ରେ ଗଣିତ ପାଠପଢା ବନ୍ଦ ରହିଥିବା ନେଇ ସୂଚନା। ଆଗକୁ ମେଟ୍ରିକ୍ ପରୀକ୍ଷା ଥିବା ବେଳେ ପାଠପଢ଼ା ହୋଇ ପାରୁନାହିଁ। ଏହାକୁ ନେଇ ଅଭିଭାବକ ଅନେକ ଥର ଶିକ୍ଷା ବିଭାଗ ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ନଳିବାରୁ ଆଜି ଅଭିଭାବକ ମାନେ ପହଞ୍ଚି ସ୍କୁଲ୍ ରେ ଚାବି ପକାଇଥିବା ନେଇ ସୂଚନା। ଫଳରେ ଛାତ୍ରଛାତ୍ରୀ ଶିକ୍ଷକ ବାହାରେ ରହିଥିବାରୁ ସ୍କୁଲ୍ ରେ ପାଠପଢା ବନ୍ଦ ରହିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



